* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Mar 1, 2021

ପିତା ଗମା ଶାଗ - Glinus Leaves- Pitaa Gamaa Saaga

 

 ପିତା ଗମା ଶାଗ -  Glinus Leaves- Pitaa Gamaa Saaga

ପ୍ରସ୍ତୁତି  ସାମଗ୍ରୀ  -

ପିତା ଶାଗ ୧ ବିଡା, ବାଇଗଣ ୧ ଟି, ବଡ ପିଆଜ ୧ ଟି, କଞ୍ଚା ଲଙ୍କା ୨ ଟି , ଗୋଟା ଜୀରା , ତେଲ ଓ ଲୁଣ ଆବଶ୍ୟକ ଅନୁସାରେ

Brought to you by www.OdiaTastyKhana.in

ପ୍ରଣାଳୀ  -

ପ୍ରଥମେ ପିତା ଶାଗକୁ ପରିଷ୍କାର କରି ଧୋଇ କାଟି ରଖନ୍ତୁ ।  ବାଇଗଣକୁ ଛୋଟ ଛୋଟ ଖଣ୍ଡ କରି ପାଣିରେ ପକାଇ ରଖନ୍ତୁ ।   ପିଆଜକୁ ଛୋଟ ଛୋଟ କରି କାଟି ରଖନ୍ତୁ ।  ଏବେ କଡେଇରେ ତେଲ ଗରମ କରି ଜୀରା ଫୁଟାନ୍ତୁ, କଟା ବାଇଗଣ ପାଣିରୁ ଛାଣି ପକାନ୍ତୁ ଓ  ଅଳ୍ପ ଲୁଣ ପକାଇ କମ ଆଞ୍ଚରେ ଘୋଡାଇ ଦିଅନ୍ତୁ ।  ବାଇଗଣ ନରମ ହୋଇ ଆସିଲେ ସେଥିରେ ପିତାଗମା ଶାଗ ପକାଇ ଗୋଳେଇ ଦିଅନ୍ତୁ ।  ଶାଗ ହୋଇ ଆସିଲେ ଅଳ୍ପ ସୋରିଷ ତେଲ ଓ ଲଙ୍କା ଛେଚା ପକାଇ ଖାଇବାକୁ ଦିଅନ୍ତୁ । 

ଏହା ଶରୀର ପାଇଁ ବହୁ ଉପାଦେୟ ।


Dec 1, 2020

କଦଳୀ ଭଣ୍ଡା ଡାଲମା - Banana Flower Dalma

 

କଦଳୀ  ଭଣ୍ଡା ଡାଲମା -  Banana Flower Dalma

ପ୍ରସ୍ତୁତି  ସାମଗ୍ରୀ  -

ମୁଗ ଡାଲି ବା ବୁଟ ଡାଲି ୧ କପ, କଦଳୀ ଭଣ୍ଡା ଫୁଲ ବାଛିବା ପରେ ୧ କପ, ନଡିଆ କୋରା ୪  ଚାମଚ

By www.OdiaTastyKhana.in
, ଘିଅ ୧  ଚାମଚ, ବଟା ହୋଇଥିବା ମସଲା – ୨ ଟି ପିଆଜ,  ଚାମଚ ଧନିଆ, ୪ ଟି ରସୁଣ, ୧ ଖଣ୍ଡ ଅଦା, ୨ ଟି ଶୁଖିଲା ଲଙ୍କା    । 

ପ୍ରଣାଳୀ  -

ପ୍ରଥମେ ଭଣ୍ଡାକୁ ଧୋଇ କାଟି ସିଝେଇ ରଖିବେଏହା ସିଝିଗଲେ ପାଣି ଚିପୁଡି ରଖନ୍ତୁ  ଡାଲିକୁ ଲୁଣ, ହଳଦୀ ପକାଇ ଦର ସିଝା କରି ରଖନ୍ତୁ  ମସଲା କଷି ସେଥିରେ ଭଣ୍ଡା ସିଝାକୁ ପକାଇ ଭଜନ୍ତୁ   ଭାଜି  ହୋଇଗଲା ପରେ ଡାଲି ପକାଇ ଫୁଟାଇ ଦିଅନ୍ତୁ  ଉପରେ ଗରମ ମସଲା ୧ ଚାମଚ ଓ ୧ ଚାମଚ ଘିଅ ପକାଇ ପରସନ୍ତୁ   

ଏହା ଖୁବ ସୁଆଦିଆ ଓ ରୁଚିକର ମଧ୍ୟ



Sep 1, 2020

କଲରା ସମ୍ବର - Bitter Guard –Potato Vartaa

 

କଲରା  ସମ୍ବର  - Bitter Guard –Potato Vartaa

ପ୍ରସ୍ତୁତି  ସାମଗ୍ରୀ  -

କଲରା ୪ଟି, ସୋରିଷ ତେଲ ୨ ଚାମଚ, ଲାଲ ଲଙ୍କା ୨ଟି, ଆଳୁ ୨ଟି, ଫୁଟଣ ୧ ଚାମଚ, କଞ୍ଚା ଲଙ୍କା ୪ଟି, ଆବଶ୍ୟକ ଅନୁସାରେ ଲୁଣ 

ପ୍ରଣାଳୀ  -

କଲରା  ସମ୍ବର  - Bitter Guard –Potato Vartaa by www.Odiatastykhana.in

ପ୍ରଥମେ କରେଇରେ ଆଳୁ ଓ କଲରାକୁ ସିଝାଇ ରଖନ୍ତୁ  ଏହା  ଥଣ୍ଡା ହେଲେ ଆଳୁ ଚୋପା ଛଡାଇ ଦିଅନ୍ତୁ   କଲରାର ମଞ୍ଜି ବାହାର କରି  ଆଳୁ ସହ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ ।  ଏବେ କଞ୍ଚା ଲଙ୍କା ଚୂନ ଚୂନ କରି କାଟି ରଖନ୍ତୁ ।  କରେଇରେ ତେଲ ଗରମ କରି ଲାଲ ଲଙ୍କା ଓ ଫୁଟଣ ଫୁଟେଇ ଦିଅନ୍ତୁ ।  ସେଥିରେ କଞ୍ଚା ଲଙ୍କା କଟା ପକାଇ ଆଳୁ କଲରା ଚକଟା ପକାନ୍ତୁ ।  

ଧୀରେ ଧୀରେ ଭାଜି ଭାଜି ବାହାର କରି ପରସନ୍ତୁ ।  ଏଥିରେ ପିଆଜ ଚୂନ ଚୂନ କରି କାଟି ମିଶାଇ ପାରିବେ କିମ୍ବା ଉପରେ ପକାଇ ଦେଇ ପାରିବେ ।

Aug 1, 2020

ଚୁଡା ରୋଲ (poha roll) – Flattened rice roll

 

ଚୁଡା ରୋଲ (Poha roll)Flattened rice roll

ପ୍ରସ୍ତୁତି ସାମଗ୍ରୀ -

ଚୂଡା ୨୫୦ଗ୍ରାମ, ଆଳୁ ୨୦୦ ଗ୍ରାମ, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚାଟ ମସଲା ୧ ଚାମଚ, ଛଣିବା ପାଇଁ ତେଲ, କଟା କଞ୍ଚା ଲଙ୍କା 

from www.odiatastykhana.in

ପ୍ରଣାଳୀ

ପ୍ରଥମେ ଆଳୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ରଖନ୍ତୁ ।  ଚୁଡାକୁ ଭଲଭାବେ ଧୋଇ ପାଣିରୁ ଛାଣି ଏଥିରେ ଆଳୁ ଚକଟା, ଲୁଣ, ହଳଦୀ ଗୁଣ୍ଡ, ଚାଟ ମସଲା, ଲଙ୍କା ଗୁଣ୍ଡ ଅଳ୍ପ , କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ ।  ଏବେ ଏହାକୁ ଭେଜ ରୋଲ ଭଳି କରି ତେଲ ଗରମ କରି ଛାଣନ୍ତୁ । ଓଲଟପାଲଟ କରି ଛାଣିବେ ଯେପରି ବାଦାମି ରଙ୍ଗ ହେବା ପରେ ବାହାର କରି ରଖନ୍ତୁ । 

ଗରମ ଗରମ ଚଟଣି ସହ ଖାଇବାକୁ ପରସନ୍ତୁ ।   

Jul 16, 2020

ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa


ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa
ପ୍ରସ୍ତୁତି ସାମଗ୍ରୀ-

ଫୁଲ ବଡି ୭-୮ ଟି, ତେଲ ଅଳ୍ପ, ପାଳଙ୍ଗ ଶାଗ ୨ ବିଡା, ରସୁଣ ୬-୮ କୋଲା, ସୋରିଷ ବଟା ୧ ଚାମଚ, ଲୁଣ ଆବଶ୍ୟକ ଅନୁଯାଇ, କଞ୍ଚା ଲଙ୍କା ୧ଟି  
  
ପ୍ରଣାଳୀ

ପ୍ରଥମେ ଫୁଲ ବଡିକୁ ତେଲରେ ଭାଜି ରଖନ୍ତୁ । ଏବେ କରେଇରେ ତେଲ ଫୁଟାଇ ସେଥିରେ କଟା ପାଳଙ୍ଗଶାଗ ପକାନ୍ତୁ ।  ପିଠା ଖଡିକାରେ ଏପଟ ସେପଟ କରି ଅଳ୍ପ ସିଝି ଆସିଲେ ଏଥିରେ ଛେଚା ରସୁଣ, ସୋରିଷ ବଟା, ଭଜା ବଡି ପକାଇ ଅଳ୍ପ ଆଞ୍ଚରେ ବସାଇ ଢାଙ୍କଣା ଦେଇ ୧-୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ପାଣି ମରିଗଲେ ଗରମ ଗରମ ପରସନ୍ତୁ ।   କଞ୍ଚା ଲଙ୍କା ଚୁନ ଚୁନ କରି ପକାଇ ପାରିବେ ।  

Jul 1, 2020

ପୋଟଳ ପିଆଜ ବସା – Potal (pointed guard) Onion Basaa


ପୋଟଳ ପିଆଜ ବସା – Potal (pointed guard) Onion Basaa

ପ୍ରସ୍ତୁତି ସାମଗ୍ରୀ-

ପୋଟଳ ୫୦୦ ଗ୍ରାମ, ପିଆଜ ୨୫୦ ଗ୍ରାମ, ହଳଦୀ, ଲଙ୍କା, ଡାଲଚିନ ଓ ଲୁଣ ଆବଶ୍ୟକ ଅନୁଯାଇ, ରସୁଣ ୨-୩ କୋଲା, ତେଲ ଅଳ୍ପ, କ୍ଷୀର ୨ ଚାମଚ ଓ  ଗୁଆ ଘିଅ ୧ ଚାମଚ, କାଜୁ ଓ କିସମିସ ଅଳ୍ପ     

ପ୍ରଣାଳୀ

ପ୍ରଥମେ ପୋଟଳକୁ ଚାଞ୍ଛି ଭଲ ଭାବେ ପାଣିରେ ଧୋଇ ଦୁଇ ଫାଳ କରି କାଟି  ରଖନ୍ତୁ ।  ପିଆଜ ଅଧା ନେଇ ସରୁ ସରୁ ଲମ୍ବା କରି କାଟି ରଖନ୍ତୁ   ଆର ଅଧକ ପିଆଜ ସହ ରସୁଣ, ଲଙ୍କା, ଡାଲଚିନି ବାଟି ଦିଅନ୍ତୁ    
ଏବେ ତେଲ ଗରମ କରି ପିଆଜ କଟା  ଓ ପୋଟଳ, ଲୁଣ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ ।  ଅଧା ଭଜା ହୋଇଗଲେ ସେଥିରେ ବଟା  ମସଲାକୁ ପକାଇ ସିମରେ ଢାଙ୍କୁଣୀ ଦେଇ ଘୋଡାଇ ରଖନ୍ତୁ ।  ଭଲ ଭାବେ ଭାଜି ହୋଇଗଲେ ୨ ଚାମଚ କ୍ଷୀର ଓ ୧ ଚାମଚ ଗୁଆ ଘିଅ ଦେଇ ଗୋଳେଇ ଦିଅନ୍ତୁ । ଏଥିରେ ଭଜା କାଜୁ ଓ କିସମିସ ଦେଇ ପରସନ୍ତୁ ।   ଖାଆନ୍ତୁ ଓ ଖୁଆନ୍ତୁ ବହୁତ ଟେଷ୍ଟି ।   

Jun 16, 2020

ସାଧା ବେସର – Veg Besar

ସାଧା ବେସର – Veg Besar
ପ୍ରସ୍ତୁତି ସାମଗ୍ରୀ-

ମାଟି ଆଳୁ, ପୋଟଳ, କଖାରୁ, ସାରୁ, ଅମୃତ ଭଣ୍ଡା, କଞ୍ଚା କଦଳୀ ପ୍ରତ୍ୟକ ୨୫୦ ଗ୍ରାମ, ହଳଦୀ ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁସାରେ, ଗୁଆ ଘିଅ ୨/୩ ଚାମଚ, ପାନମଧୁରୀ, ସୋରିଷ ଓ ପୋସ୍ତ ୨ ଚାମଚ କରି , ନଡିଆ ୧ଟି , ଶୁଖିଲା ଲଙ୍କା ୨/୩ ଟି , ଅଦା ଖଣ୍ଡେ, ଫୁଟଣ ୨ ଚାମଚ, ହେଙ୍ଗୁ ଅଧା ଚାମଚ    

ପ୍ରଣାଳୀ

ପ୍ରଥମେ ମାଟି ଆଳୁ, ପୋଟଳ, କଖାରୁ, ସାରୁ, ଅମୃତ ଭଣ୍ଡା, କଞ୍ଚା କଦଳୀକୁ ଭଲ ଭାବେ ଧୋଇ ଚାରିକୋଣି  ଭଳି କାଟି ରଖନ୍ତୁ ।   ନଡିଆ କୋରି କରି ରଖନ୍ତୁ ।  ବଡିକୁ ଅଳ୍ପ  ଗୁଆରେ ଭାଜି ରଖନ୍ତୁ ।   ପାନମଧୁରୀ, ସୋରିଷ ଓ ପୋସ୍ତ କୁ ବାଟି ବା ପେଷ୍ଟ  କରି ରଖନ୍ତୁ ।  

ଏବେ ଆଞ୍ଚରେ କରେଇ ବସେଇ ଅଳ୍ପ ପାଣି ଦେଇ ପାରିବା କଟା, ଲୁଣ, ହଲିଦି ଗୁଣ୍ଡ, ବଟା ମସଲା, କଟା ଅଦା ପକାଇ ଅଳ୍ପ ସମୟ ଢାଙ୍କି ସିଝାନ୍ତୁ ।   ଏହାପରେ ଏଥିରେ ନଡିଆ କୋରା, ଭଜା ବଡି ପକାଇ ଆଉ କିଛି ସମୟ ସିଝାନ୍ତୁ ।   ସିଝି ଆସିଲେ ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରି, ଲଙ୍କା ଓ ଫୁଟଣ ଫୁଟାଇ ଏଥିରେ ହେଙ୍ଗୁ ପକାଇ ଗରମ ଗରମ ଅବସ୍ଥାରେ ତରକାରୀରେ  ଭଲ ଭାବେ ମିଶାଇ ଦିଅନ୍ତୁ ।   ଏବେ ପ୍ରସ୍ତୁତ ଆପଣଙ୍କ  ମନପସନ୍ଦ ପାରିବା ବେସର ।   

Jun 1, 2020

ପାଉଁରୁଟି ମାଲପୁଆ – Bread Malpuaa


ପାଉଁରୁଟି  ମାଲପୁଆ – Bread Malpuaa
ପ୍ରସ୍ତୁତି ସାମଗ୍ରୀ-

ପାଉଁରୁଟି ୫/୬ ପିସ, ମଇଦା ୧୦୦ ଗ୍ରାମ, ଛାଣିବା ପାଇଁ ରିଫାଇନ ତେଲ, ପାଚିଲା କଦଳୀ ୨ ଟି, ଗୁଜୁରାତି  ୨ଟି,  ଚିନି ୧୦୦ ଗ୍ରାମ, ଗୁଲମରିଚ ଗୁଣ୍ଡ ଅଧା ଚାମଚ, ପାନ ମହୁରୀ  ୧ ଚାମଚ, କିଛି କାଜୁ ଓ କିସମିସ       

ପ୍ରଣାଳୀ –.

ପ୍ରଥମେ ପାଉଁରୁଟିକୁ  କିଛି ସମୟ ପାଣିରେ  ଭିଜାଇ ରଖନ୍ତୁ।   ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।   ପାନ ମହୁରୀ, ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଏକାଠି ମିଶାଇ ଦିଅନ୍ତୁ ।  ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । 

 ଏହାକୁ ଚିନି ସିରା କରି କିଛି ସମୟ ପକାଇ ରଖି ଖାଇବାକୁ ଦେଇପାରିବେ କିମ୍ବା ବିନା ଚିନି ସିରାରେ ମଧ୍ୟ ଖାଇ ପାରିବେ ।  ଏହା ଉପରେ କାଜୁ ସ୍ଲାଇସ ଓ କିସମିସ ସଜାଇ ପରସନ୍ତୁ ।

May 16, 2020

ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream


ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream
ପ୍ରସ୍ତୁତି ସାମଗ୍ରୀ-

ଫୁଟି କାକୁଡି ୫୦୦ ଗ୍ରାମ, ମିଲ୍କ ପାଉଡର ୨୫୦ ଗ୍ରାମ, ଚିନି ୨୦୦ ଗ୍ରାମ, ଚେରୀ ୧୫ ଟି, ଗୁଜୁରାତି ୨ଟି       


ପ୍ରଣାଳୀ

ପ୍ରଥମେ ଫୁଟିକାକୁଡିରୁ  ଚୋପା ଛଡାଇ ମଞ୍ଜି ବାହାର କରି ରଖନ୍ତୁ ଏହାକୁ ଗ୍ରାଇଣ୍ଡରରେ  ଭଲ ଭାବରେ ଗ୍ରାଇଣ୍ଡ କରି ଏଥିରେ ମିଲ୍କ ପାଉଡର ଓ ଚିନି ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । 
ଏବେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ଗୁଜୁରାତି ଗୁଣ୍ଡ ଅଳ୍ପ ପକାଇ ଆଉଥରେ ଫେଣ୍ଟି ଦିଅନ୍ତୁ ।  


ଏହା ଉପରେ ଚେରୀ କାଟି ସଜାଇ ପରସନ୍ତୁ  ।  ଏହା ଯେପରି ସୁଆଦିଆ ସେପରି ଖାଦ୍ୟ ସାର ଯୁକ୍ତ ମଧ୍ୟ । 


May 1, 2020

ଚୋକଲେଟ କେକ – Chocolate Cake


ଚୋକଲେଟ କେକ – Chocolate Cake
ପ୍ରସ୍ତୁତି ସାମଗ୍ରୀ-

ଓରିୟ ବା ଅନ୍ୟ ଚୋକଲେଟ ବିସକୁଟ ପ୍ୟାକଟ 3 ଟି, ଲହୁଣୀ ( butter) ଅଳ୍ପ, କ୍ଷୀର, ବଟର ପେପର,  ଚେରି, ବେକିଂ ପାଉଡର  
   
ପ୍ରଣାଳୀ


ପ୍ରଥମେ ବିସକୁଟକୁ ପ୍ୟାକଟରୁ କାଢି କ୍ରିମକୁ  ବାହାର କରି ଅଲଗା ରଖନ୍ତୁ । ଗ୍ରାଇଣ୍ଡରରେ ବିସକୁଟ ଗୋଡିକୁ ଗୁଣ୍ଡ କରି ରଖନ୍ତୁ ।  ଏଥିରେ ଅଳ୍ପ ବେକିଂ ପାଉଡର, ଲହୁଣୀ ଏବଂ ଆବଶ୍ୟକ  କ୍ଷୀର ମିଶାଇ ଭଲଭାବେ ଗୋଳେଇ ଦିଅନ୍ତୁ ଯେପରି ଅଧିକ ପଣିଆ ନ ହୁଏ  । ଏହା କେକର ପେଷ୍ଟ ହୋଇଗଲା । ଏବେ ପ୍ରେସର କିମ୍ବା କରେଇ ଗରମ କରି ଏକ କେକ ଫ୍ରେମ ବା ଗ୍ରୀଲ ପକାଇ ରଖନ୍ତୁ ଯେପରି ତା ଉପରେ କେକ ପ୍ୟାନ ରଖି ପାରିବେ । ଏବେ କେକ ପ୍ୟାନ ବା ଷ୍ଟିଲ ପାତ୍ରରେ ପ୍ରଥମେ ଲହୁଣୀ ମାରି  ତା ଉପରେ ବଟର ପେପର ପକାଇ ଏହା ଉପରେ ବିସକୁଟ କେକ ପେଷ୍ଟକୁ ଅଧା ଦେଇ ଭଲ ଭାବେ ବସାଇ ଦିଅନ୍ତୁ ।  ଏବେ ଗରମ କରି ଢାଙ୍କୁଣୀ ବନ୍ଦ କରି  ୫/୭ ମିନିଟ  ହୋଇଗଲେ ବାହାରକୁ ଆଣି କ୍ରିମକୁ କେକ ଉପରେ ଭଲଭାବେ ପକାଇ ଏହା ଉପରେ ଆର ଅଧକ କେକ ପେଷ୍ଟ ଦେଇ ଆଞ୍ଚରେ ବସାଇ ଦିଅନ୍ତୁ ।   ୫/୭ ମିନିଟ ହୋଇଗଲେ ଟୁଥପିକ ବା ଫୋର୍କ ବା ଛୁରୀ ରେ ଦାଗୀ ମାରି ଦେଖିବେ ଯେପରି ସେଥିରେ କେକ ଲାଗିବା ନାହିଁ , ତେବେ କେକ ହୋଇଗଲା ଜାଣିବେ ଏବଂ  ବାହାରକୁ ଆଣି  ଥଣ୍ଡା କରି ଏହା ଉପରେ କେକ କ୍ରିମ ଓ ଚେରୀ ୪/୫ ଟି   ପକାଇ ସଜାଇ ପରସନ୍ତୁ ।

Apr 16, 2020

କଞ୍ଚା କଦଳୀ ଦମ – Green Banana Dum


କଞ୍ଚା କଦଳୀ ଦମ  – Green Banana Dum
ପ୍ରସ୍ତୁତି ସାମଗ୍ରୀ-

 କଞ୍ଚା କଦଳୀ  ୩ ଟି, ଲଙ୍କା ଗୁଣ୍ଡ ଅଧା ଚାମଚ, ପୋସ୍ତ ୧ ଚାମଚ, ରିଫାଇନ ତେଲ ୨ ଚାମଚ, ଲୁଣ ଓ ହଳଦୀ ଆବଶ୍ୟକ ପରିମାଣ, ତେଜ ପତ୍ର ୨-୩ ଟି, ଗୁଜୁରାତି ୩ଟି, ଡାଲଚିନି ୪-୫ ଟି ଛୋଟ ଛୋଟ ଖଣ୍ଡ ବିଲାତି ବାଇଗଣ ୧ ଟି , ନଡିଆ କୋରା ୧ ଚାମଚ, ଧନିଆ ଓ ଜୀରା ଗୁଣ୍ଡ ୨ ଚାମଚ, ଅଦା ଖଣ୍ଡେ     

ପ୍ରଣାଳୀ

ପ୍ରଥମେ କଞ୍ଚା କଦଳୀକୁ ଚୋପା ଛଡାଇ ବଡ ବଡ ଖଣ୍ଡ କରି କାଟି ରଖନ୍ତୁ    ଏବେ ପୋସ୍ତ, ଅଦା ଓ ନଡିଆ କୋରାକୁ  ବାଟି ରଖନ୍ତୁ ।   ଏବେ କରେଇରେ ତେଲ ଗରମ କରି ଏଥିରେ ତେଜ ପତ୍ର, ଡାଲଚିନି ଓ  ଗୁଜୁରାତି  ଫୁଟାଇ ଦିଅନ୍ତୁ ।  ସେଥିରେ କଦଳୀ ପକାଇ ଲୁଣ , ହଳଦୀ  ପକାଇ ଭଲ ଭାବେ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ ।  ଏଥିରେ ଏବେ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ ।   କଦଳୀ ସିଝି ଗଲେ ସେଥିରେ ପୋସ୍ତ , ନଡିଆ ବଟା , ଲଙ୍କା ଗୁଣ୍ଡ ଓ ବିଲାତି କଟା ପକାଇ ଗୋଳାଇ ଦିଅନ୍ତୁ ।  ଏହାପରେ ଏଥିରେ ଧନିଆ ଓ ଜୀରା ଗୁଣ୍ଡ ପକାଇ ରଖନ୍ତୁ ଯେପରି ଅଳ୍ପ ଝୋଳ ରହିବ । ଏବେ  ପ୍ରସ୍ତୁତ ଆପଣଙ୍କ ସୁନ୍ଦର ଓ ସୁଆଦିଆ କଞ୍ଚା କଦଳୀ ଦମ 

Apr 1, 2020

ପାଳଙ୍ଗ ପୁରି – Palang Puri


ପାଳଙ୍ଗ ପୁରି – Palang Puri

ପ୍ରସ୍ତୁତି ସାମଗ୍ରୀ-

ପାଳଙ୍ଗ ୪ ଗିନା, ୨୫୦ ଗ୍ରାମ ମଇଦା, ଛଣିବା ପାଇଁ ରିଫାଇନ ତେଲ, ଆବଶ୍ୟକ ଲୁଣ, ୧ ଚାମଚ ଜୁଆଣୀ ,  ଚାମଚ ଚିନି    

ପ୍ରଣାଳୀ

ପାଳଙ୍ଗ ଶାଗକୁ ଧୋଇ କଢେଇରେ ଏକ କପ ପାଣି ଦେଇ ପକାନ୍ତୁ । ଏକ ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି  ଗ୍ରାଇଣ୍ଡର ପେଷ୍ଟ କରି ରଖନ୍ତୁ । ଏବେ  ମଇଦା, ଜୁଆଣୀ, ୪ ଚାମଚ ରିଫାଇନ ତେଲ ଓ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଶାଗ ପେଷ୍ଟକୁ ମିଶାଇ ଭଲଭାବେ ଗୋଳାଇ ଛୋଟ ଛୋଟ ଗୋଳା କରି ପୁରି ଆକାରରେ ବେଲି କଢେଇରେ ତେଲ ଗରମ କରି ଛାଣି ଦିଅନ୍ତୁ । ଏହାକୁ ଗରମ ଗରମ ବୁଟ ଡାଲି ବା ଟମାଟୋ  କିମ୍ବା ପୋଦିନା ଚଟଣି ସହ ଖାଇବାକୁ ଦିଅନ୍ତୁ

Mar 16, 2020

ଅଟକାଳି– Atakali


ଅଟକାଳି– Atakali
ପ୍ରସ୍ତୁତି ସାମଗ୍ରୀ-

 ଅରୁଆ ଚାଉଳ ଚୂନା ୪ କପ, ଅଳ୍ପ ଲୁଣ, ବଡ ନଡିଆ ୧ଟି, ଗୋଲ ମରିଚ ୧୨ଟି, ଗୁଡ ୧ କପ, ଅଳ୍ପ କିସମିସ     
ପ୍ରଣାଳୀ

ପ୍ରଥମେ ନଡିଆକୁ ଭାଙ୍ଗି ଫାଳେ କୋରି ପାତ୍ରରେ ରଖନ୍ତୁ ।   ଆର ଫାଳ ନଡିଆକୁ ସରୁ ସରୁ କାଟି ଦିଅନ୍ତୁ । ଏବେ କରେଇରେ ୫ କପ ପାଣି ଫୁଟେଇ ସେଥିରେ ଗୁଡ ଓ ଲୁଣ ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ।  ଅନ୍ୟ ୪କପ ପାଣିରେ ଚାଉଳ ଚୂନା ମିଶାଇ ନେଇ ଫୁଟୁଥିବା ପାଣିରେ ଢାଳି ଦିଅନ୍ତୁ।  ନଡିଆ କୋରା ଓ ନଡିଆ ଖଣ୍ଡ  ସେଥିରେ ପକାଇ ଘଣ୍ଟି ଦିଅନ୍ତୁ ।  ୩୦ ମିନିଟ ଘାଣ୍ଟିଲା ପରେ ଆଞ୍ଚରୁ ବାହାର କରି ରଖି ଦିଅନ୍ତୁ ।  ଖାଇବା ବେଳେ ଗୋଲମରିଚ ଗୁଣ୍ଡ ପକାଇ ଥଣ୍ଡା କରି ଉପରେ କିଛି କିସମିସ ପକାଇ ଖାଇବାକୁ ଦିଅନ୍ତୁ ।

Mar 1, 2020

ସୁନସୁନିଆ ବରା – Water clover Bada

ସୁନସୁନିଆ  ବରା – Water clover Bada

ପ୍ରସ୍ତୁତି ସାମଗ୍ରୀ-

ସୁନସୁନିଆ  ଶାଗ ୫୦୦ ଗ୍ରାମ, ୨ଟି ପିଆଜ, ବେସନ ୨୦୦ଟି, ୪ଟି କଞ୍ଚା ଲଙ୍କା, ଛଣିବା ପାଇଁ ରିଫାଇନ ତେଲ, ଲୁଣ ଆବଶ୍ୟକ ଅନୁସାରେ    

ପ୍ରଣାଳୀ

ପ୍ରଥମେ ସୁନସୁନିଆ  ଶାଗରୁ ଡେମ୍ଫରୁ ପତ୍ର ଗୁଡିକୁ ଛିଣ୍ଡାଇ , ଧୋଇ ପାଣି ନିଗାଡି ଓ ପରେ କାଟି ରଖନ୍ତୁ  । ଅନ୍ୟ ଗୋଟେ ପାତ୍ରରେ ବେସନ ନେଇ ଲୁଣ ଓ ପାଣି ଗୋଳେଇ ବହଳିଆ କରି ରଖନ୍ତୁ ।  ଏବେ ଏଥିରେ କଞ୍ଚା ଲଙ୍କା ଓ ପିଆଜ ଛେଚି ପକାନ୍ତୁ  । ଏବେ ଏଥିରେ ଶାଗ ପକାଇ ଗୋଳେଇ ଦିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଏଗୁଡ଼ିକୁ ବରା ଆକାରରେ ଛାଣନ୍ତୁ । 
 ଧ୍ୟାନ ଦେବେ ଯେପରି ବହୁତ କମ ସମୟ ଛାଣିବେ ଯେପରି ସୁନସୁନିଆ ଶାଗ ବେଶୀ ପୋଡି ନ ଯାଏ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଓ ଶରୀର ପାଇଁ ଅତି ଉପାଦେୟ ସୁନସୁନିଆ ଶାଗ ବରା ।  



  

Feb 16, 2020

ଆମ୍ବ ଖଜୁରୀ ଚଟଣି ଆଚାର – Mango Dates Chatni


ଆମ୍ବ ଖଜୁରୀ ଚଟଣି ଆଚାର – Mango Dates Chatni
ପ୍ରସ୍ତୁତି ସାମଗ୍ରୀ-

ଆମ୍ବ ୧ କିଲୋ, ଖଜୁରୀ ୨୫୦ ଗ୍ରାମ, ଚିନି ୧ କିଲୋ, କିସମିସ ୧୦୦ ଗ୍ରାମ, ଅଦା ୫ ଗ୍ରାମ, ଲଙ୍କା ଗୁଣ୍ଡ ୧ ଚାମଚ, ରସୁଣ ୧ଟି, ଭିନେଗାର ୧ କପ, ଆବଶ୍ୟକ ଲୁଣ     

ପ୍ରଣାଳୀ

ପ୍ରଥମେ କଞ୍ଚା ଆମ୍ବକୁ ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କରି ବାଟି  ରଖନ୍ତୁ   ଆମ୍ବକୁ ୨-୩ ମିନିଟ ଗରମ ପାଣିରେ ଫୁଟାଇ ଛାଣି ନିଅନ୍ତୁ ଓ ଆମ୍ବ ଖଣ୍ଡକୁ ଦିନସାରା ଖରାରେ ଶୁଖାଇ ନିଅନ୍ତୁ     ସନ୍ଧ୍ୟାରେ ଖଜୁରୀ ଓ କିସମିସକୁ ବାଟି ରଖନ୍ତୁ ।   ଅଦା ଓ ରସୁଣକୁ ବାଟି ରଖନ୍ତୁ ।  ଏବେ କରେଇରେ ଆମ୍ବ ନେଇ ସେଥିରେ ଚିନି, ଅଦା, ରସୁଣ ବଟା ପକାଇ କିଛି ସମୟ ଏପଟ ସେପଟ କରନ୍ତୁ   ଆମ୍ବ ସିଝିଗଲେ ସେଥିରେ କିସମିସ ଖଜୁରୀ ବଟା ଓ ଭିନେଗାର ଦିଅନ୍ତୁ ।    ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ  ଯେପରି ତଳ ଲାଗି ନ ଯାଏ   ଏହାକୁ  ଅଳ୍ପ ଆଞ୍ଚ ରେ ବସାଇ ଲାଲ  ହେବା ପର୍ଯ୍ୟନ୍ତ    ଓ ପାଣି ମାରି ଥଣ୍ଡା କରି  ବୋତଲରେ ରଖନ୍ତୁ । ଏହା ବହୁତ ସୁଆଦିଆ ଓ ଅନେକ ଦିନ ରଖି ଖାଇ ପାରିବେ ।

Feb 1, 2020

ପୁରଦିଆ ଦହିବରା – Masalaful Dahibada


ପୁରଦିଆ ଦହିବରା – Masalaful Dahibada
ପ୍ରସ୍ତୁତି ସାମଗ୍ରୀ-

ବିରି ୨ କପ, ଅଦା ଖଣ୍ଡେ, ଭଜା ଜୀରା ଗୁଣ୍ଡ ୪  ଚାମଚ, ଆବଶ୍ୟକ ଅନୁଯାଇ ଲୁଣ, ଛାଣିବା ପାଇଁ ରିଫାଇନ ତେଲ, କଞ୍ଚା ଲଙ୍କା -୭/୮ ଟି, ଦହି ୪ କପ, ନଡିଆକୋରା ୧ କପ , କିସମିସ ୩୦ ଟି     

ପ୍ରଣାଳୀ

ପ୍ରଥମେ ବିରିକୁ ୪/୫ ଘଣ୍ଟା ଭିଜାଇ ବାଟି ଦେଇ ଭଲ ଭାବରେ ଫେଣ୍ଟା ଫେଣ୍ଟି କରି ରଖନ୍ତୁ   ୪ କପ ଦହିରେ ୪କପ ପାଣି ଦେଇ ଫେଣ୍ଟି ରଖନ୍ତୁ   ଅଦା, କଞ୍ଚା ଲଙ୍କାକୁ ଚୂନା ଚୂନା କରି କାଟି ରଖନ୍ତୁ ।  କାଜୁ , ନଡିଆକୋରା, ଅଦା, ଲଙ୍କା , କିସମିସ ଆଦିକୁ ଭଲ ଭାବେ ମିଶାଇ ରଖନ୍ତୁ ।  ଏବେ  କଦଳୀ ପତ୍ରରେ ତେଲ ମାରି ଫେଣ୍ଟା ବିରିକୁ ହାତରେ ଅଳ୍ପ ପାଣି ଲଗାଇ କାକରା ଭଳି କରି ନଡିଆ କୋରା ମିଶ୍ରଣକୁ ପୁର ଭାବେ ଦେଇ ଛାଣି ଦିଅନ୍ତୁ  । 

ଏବେ ଏହି ବରା ଉପରେ ଦହି ଢାଳି ହାତରେ ଓଲଟପାଲଟ କରି ରଖି ଦିଅନ୍ତୁ ଖାଇବାକୁ ଦେଲାବେଳେ ଏଥିରେ ଜୀରା ଗୁଣ୍ଡ ଛିଞ୍ଚି  ଦିଅନ୍ତୁ  

Jan 16, 2020

ଚଣା ଡାଲି ପରଠା – Chana Dal Paratha

ଚଣା ଡାଲି ପରଠା – Chana Dal Paratha
ପ୍ରସ୍ତୁତି ସାମଗ୍ରୀ-

୨ କପ ଚଣା ଡାଲି, ଡାଲଚିନ ଛୋଟ ଖଣ୍ଡେ, ଛୋଟ ଅଦା ଖଣ୍ଡେ, ଅଳେଇଚ ୨ଟି, ତେଜ ପତ୍ର ୨ ଟି, ହେଙ୍ଗୁ ଅଳ୍ପ, ହଳଦୀ ଓ ଲୁଣ ଆବଶ୍ୟକ ଅନୁସାରେ, ୨ଟି ପିଆଜ , ୨ଟି ଟମାଟୋ, କଞ୍ଚା ଲଙ୍କା ୧-୨ ଟି, ଭୃଶଙ୍ଗା ପତ୍ର ୧ ମୁଠା, ୧ ଚାମଚ ଗରମ ମସଲା ଗୁଣ୍ଡ, ୭-୮ କୋଳ ରସୁଣ, ଗୋଟା ଜୀରା ଅଳ୍ପ, ସୁରିଷ ତେଲ , ୬ କପ ଅଟା , ଜୁଆଣୀ ଅଳ୍ପ ,   ।   

ପ୍ରଣାଳୀ

Tastykhana ଚଣା ଡାଲି ପରଠା – Chana Dal Paratha ପାଇଁ ପ୍ରଥମେ ଚଣା ଡାଲି ଧୋଇ ପ୍ରେସର କୁକରରେ  ଡାଲଚିନ ଖଣ୍ଡ, ଅଳେଇଚ, ତେଜ ପତ୍ର, ଅଦା ପେଷ୍ଟ, ହଳଦୀ, ଲୁଣ ଓ ପାଣି ଦେଇ ସିଝାନ୍ତୁ ।    ସିଝିଗଲାପରେ ଡାଳିକୁ ରଖି ଅନ୍ୟ ଏକ କରେଇରେ ତେଲ ଗରମ କରି ଜୀରା ଫୁଟାନ୍ତୁ ଓ ଏଥିରେ ରସୁଣ ପେଷ୍ଟ, ପରେ କଟା ପିଆଜ, କଞ୍ଚା ଲଙ୍କା ଓ କିଛି ସମୟ  ପରେ ଏଥିରେ କଟା ଟମାଟୋ ଓ ଗରମ ମସଲା ପକାଇ ମସ ମସ ହେଲା ପର୍ଯ୍ୟନ୍ତ ରୋଷେଇ କରନ୍ତୁ ।   ଏବେ ଏଥିରେ  ସିଝା ଡାଲି ପକାଇ ଗୋଳାଇ ଦିଅନ୍ତୁ ଏବଂ ଏଥିରେ କଟା ଭୃଶଙ୍ଗା ପତ୍ର ପକାଇ ଭଲ ଭାବେ ଗୋଳାଇ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ ।  
ଏବେ ଏକ ବଡ ପାତ୍ରରେ ଅଟା, ଜୁଆଣି , ଲୁଣ , ଅଳ୍ପ ତେଲ ଓ ପାଣି ପକାଇ ଭଲ ଭାବେ ଗୋଳାଇ  ଓଦା କପଡାରେ ଘୋଡାଇ ୧-୨ ଘଣ୍ଟା ରଖି ଦିଅନ୍ତୁ  ଏବେ  ଗୋଟିଏ ଗୋଟିଏ ଗୋଳା କରି ରୋଟି ବା ପରାଠା ପରି ଅଳ୍ପ ବେଲି ମଝିରେ ଡାଲି ମିଶ୍ରଣକୁ ଦେଇ ବଡକରି ବେଲି ଦିଅନ୍ତୁ ।   ରୋଷେଇ ଏକ ନନ-ଷ୍ଟିକ ବା ତାୱା ନେଇ ମଧ୍ୟମ ଆଞ୍ଚରେ ପରଠାକୁ ତେଲ ଦେଇ ସେଖି ଦିଅନ୍ତୁ ।   ରୋଷେଇ ଏହାକୁ ଟମାଟୋ ଚଟଣି ବା ରାଇତା ସହ ଖାଇବାକୁ ଦିଅ

Jan 1, 2020

ଭେଜ ପରଟା – Sabji Parathaa


ଭେଜ ପରଟା – Sabji Parathaa


ପ୍ରସ୍ତୁତି ସାମଗ୍ରୀ-

୨ କପ ଅଟା, ଅଧା କପ ସୁଝି, ୧/୪ କପ ଗାଜର  କୋରା ଓ ଅତି ଛୋଟ ଛୋଟ କଟା ଯାଇଥିବା ୧/୪ କପ ପାଳଙ୍ଗ ଶାଗ , ଗୋଟା ଜୀରା, ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁଯାଇ, ସୁରିଷ ତେଲ ଅଳ୍ପ

ପ୍ରଣାଳୀ

Tasty Tasty ଭେଜ ପରଟା – Sabji Parathaa ପାଇଁ ପ୍ରଥମେ ସମସ୍ତ ପ୍ରସ୍ତୁତି ସାମଗ୍ରୀ ଗୋଡିକୁ ନେଇ ପାଣି ଦେଇ  ଦେଇ ଭଲଭାବେ ଚକଟି ଦିଅନ୍ତୁ ପରଟା ପରି ବଡ ବଡ ଗୋଳା କରି ମୋଟା କରି ଧୀରେ ଧୀରେ ବେଲି ଦିଅନ୍ତୁ ।  ଏବେ ଅଳ୍ପ ଅଳ୍ପ ତେଲ ନେଇ ପ୍ୟାନରେ  ପରଟା ପରି କରି ନିଅନ୍ତୁ ଯେପରି ଉପରେ ବାଦାମି ରଙ୍ଗର ଚିହ୍ନ ଆସିଯିବ ।   ଏବେ ବାହାର କରି  ସଂପୂର୍ଣ୍ଣ ଥଣ୍ଡା ହେଲେ ଚଣା ଚଟଣି  ବା ଖାଲି ଖାଇବାକୁ ଦିଅନ୍ତୁ ।   

ଏହାକୁ ପିଲାଙ୍କ tiffin box ବା office tifffin ଭାବରେ ଦେଇ ପାରିବେ