ବିରି ଡାଲି କାକରା – Black Gram Kakra
ପ୍ରସ୍ତୁତି ସାମଗ୍ରୀ –
ବିରି ଡାଲି ୩୦୦ ଗ୍ରାମ , ଚାଉଳ ଚୂନା ୧୫୦ ଗ୍ରାମ , ଖୁଆ ୧୦୦ ଗ୍ରାମ , ଗୁଣ୍ଡ ଚିନି ୧୫୦ ଗ୍ରାମ, ଗୁଜରାତି ୫ ଟି , ଅଦା ଛୋଟ ଖଣ୍ଡେ , ପାନମହୁରୀ ୨ ଚାମଚ , ତେଲ ଆବଶ୍ୟକ ଅନୁସାରେ , କଞ୍ଚା ଲଙ୍କା ୫ ଟି ।
ପ୍ରଣାଳୀ –
ପ୍ରଥମେ ବିରି ଡାଲିକୁ
କରେଇରେ ଅଳ୍ପ ଭାଜି ପାଣି ଦେଇ ପ୍ରେସର କୁକରରେ ସିଝାଇ ରଖନ୍ତୁ । ନଜର ରଖିବେ ଯେପରି ଡାଲି ଅଧିକ ସିଝି ଯିବ ନାହିଁ କିମ୍ବା ବେଶୀ ପାଣିଆ ହେବ ନାହିଁ । ଏହାପରେ ସିଝା ଡାଲି , ମହୁରୀ , ଅଦା ଓ କଞ୍ଚା ଲଙ୍କାକୁ
ଭଲଭାବେ ବାଟି ରଖନ୍ତୁ । ଏହି ବଟାରେ ଚାଉଳ ଚୂନା , ଲୁଣ ଓ ଅଳ୍ପ ଚିନି , ଖୁଆ , ଗୁଜରାତି ମିଶାଇ ଭଲଭାବେ
ମିଶାଇ ରଖନ୍ତୁ । ଏବେ ଏହି ମିଶ୍ରଣରେ ମଣ୍ଡାପିଠା ପରି ଗଢନ୍ତୁ ଓ ଭିତରେ ଖୁଆ ପୁର ଦିଅନ୍ତୁ । ବର୍ତ୍ତମାନ କରେଇରେ ତେଲ ଗରମ କରି ଏହାକୁ
ପିଠା ପରି ଛାଣି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଅତିପ୍ରିୟ ବିରିଡାଲି କାକର । ଏହାକୁ ସବୁବେଳେ ଗରମ ଗରମ ଖାଇବାକୁ ଦେଲେ ଖୁବ ସୁସ୍ଵାଦୁ ଲାଗିବା
।