ଚଣା ଡାଲି ପରଠା – Chana Dal Paratha
ପ୍ରସ୍ତୁତି
ସାମଗ୍ରୀ-
୨ କପ
ଚଣା ଡାଲି, ଡାଲଚିନ ଛୋଟ ଖଣ୍ଡେ,
ଛୋଟ ଅଦା ଖଣ୍ଡେ, ଅଳେଇଚ ୨ଟି, ତେଜ ପତ୍ର ୨
ଟି, ହେଙ୍ଗୁ ଅଳ୍ପ, ହଳଦୀ ଓ ଲୁଣ ଆବଶ୍ୟକ
ଅନୁସାରେ, ୨ଟି ପିଆଜ , ୨ଟି ଟମାଟୋ, କଞ୍ଚା ଲଙ୍କା ୧-୨ ଟି, ଭୃଶଙ୍ଗା ପତ୍ର ୧ ମୁଠା, ୧ ଚାମଚ ଗରମ ମସଲା ଗୁଣ୍ଡ, ୭-୮ କୋଳ ରସୁଣ, ଗୋଟା ଜୀରା ଅଳ୍ପ, ସୁରିଷ ତେଲ , ୬
କପ ଅଟା , ଜୁଆଣୀ ଅଳ୍ପ , ।
ପ୍ରଣାଳୀ
–
Tastykhana ଚଣା ଡାଲି ପରଠା – Chana Dal Paratha ପାଇଁ ପ୍ରଥମେ ଚଣା ଡାଲି
ଧୋଇ ପ୍ରେସର କୁକରରେ ଡାଲଚିନ ଖଣ୍ଡ, ଅଳେଇଚ, ତେଜ ପତ୍ର, ଅଦା ପେଷ୍ଟ, ହଳଦୀ, ଲୁଣ ଓ ପାଣି ଦେଇ ସିଝାନ୍ତୁ । ସିଝିଗଲାପରେ
ଡାଳିକୁ ରଖି ଅନ୍ୟ ଏକ କରେଇରେ ତେଲ ଗରମ କରି ଜୀରା ଫୁଟାନ୍ତୁ ଓ ଏଥିରେ ରସୁଣ ପେଷ୍ଟ, ପରେ କଟା ପିଆଜ, କଞ୍ଚା ଲଙ୍କା ଓ କିଛି ସମୟ ପରେ ଏଥିରେ କଟା ଟମାଟୋ ଓ ଗରମ ମସଲା ପକାଇ ମସ ମସ ହେଲା
ପର୍ଯ୍ୟନ୍ତ ରୋଷେଇ କରନ୍ତୁ । ଏବେ ଏଥିରେ ସିଝା ଡାଲି ପକାଇ ଗୋଳାଇ ଦିଅନ୍ତୁ ଏବଂ ଏଥିରେ କଟା ଭୃଶଙ୍ଗା
ପତ୍ର ପକାଇ ଭଲ ଭାବେ ଗୋଳାଇ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ ।
ଏବେ ଏକ ବଡ ପାତ୍ରରେ ଅଟା, ଜୁଆଣି , ଲୁଣ , ଅଳ୍ପ ତେଲ ଓ ପାଣି ପକାଇ ଭଲ ଭାବେ ଗୋଳାଇ ଓଦା କପଡାରେ ଘୋଡାଇ ୧-୨ ଘଣ୍ଟା ରଖି ଦିଅନ୍ତୁ । ଏବେ ଗୋଟିଏ ଗୋଟିଏ ଗୋଳା କରି ରୋଟି ବା ପରାଠା ପରି ଅଳ୍ପ ବେଲି
ମଝିରେ ଡାଲି ମିଶ୍ରଣକୁ ଦେଇ ବଡକରି ବେଲି ଦିଅନ୍ତୁ । ରୋଷେଇ ଏକ ନନ-ଷ୍ଟିକ ବା ତାୱା ନେଇ ମଧ୍ୟମ ଆଞ୍ଚରେ ପରଠାକୁ
ତେଲ ଦେଇ ସେଖି ଦିଅନ୍ତୁ । ରୋଷେଇ ଏହାକୁ ଟମାଟୋ
ଚଟଣି ବା ରାଇତା ସହ ଖାଇବାକୁ ଦିଅ