ରୋଲ ଫେଣି – Roll PHENI
ଆବଶ୍ୟକ ସାମଗ୍ରୀ:
ମଇଦା ୫୦୦ ଗ୍ରାମ, ଚିନି ୨୫୦ଗ୍ରାମ,
ରିଫାଇନ ତେଲ ୫୦୦ ଗ୍ରାମ, ଅରୁଆ ଚାଉଳ ୧୦୦ ଗ୍ରାମ, ଘିଅ ୧୦୦ ଗ୍ରାମ , ଲୁଣ ଅଳ୍ପ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଅଳ୍ପ ଘିଅ ନେଇ ମଇଦାକୁ ଭଲ ଭାବରେ ଚକଟି ଦିଅନ୍ତୁ । ଏହାକୁ
ଛୋଟ ଛୋଟ ଗୁଳା କରି ରଖନ୍ତୁ । ଚାଉଳ ଚୂନା ଓ ଘିଅକୁ ଗୋଳାଇ ପେଷ୍ଟ କରି ରଖନ୍ତୁ । ଗୁଳା
ଗୋଡିକୁ ପୁରି ଆକାରରେ ବେଲି କରି ରଖନ୍ତୁ ।
ଗୋଟିଏ ପୁରି ଉପରେ ଚାଉଳ ଚୂନାରେ ତିଆରି ହୋଇଥିବା ପେଷ୍ଟକୁ ଲଗାଇ ପୁରିକୁ ସାଇଜ କରି
ରୋଲ ଆକାରରେ କରି ରଖନ୍ତୁ । ରୋଲ ଗୋଡିକୁ ଚାରି ଖଣ୍ଡ କରି ରଖନ୍ତୁ । ଏବେ କରେଇରେ ରିଫାଇନ ତେଲ ଗରମ ରୋଲ ଗୋଡିକୁ ଛାଣି ଦିଅନ୍ତୁ । ଚିନିରେ ପାଣି ମିଶାଇ
ସିରା ପ୍ରସ୍ତୁତ କରି ଛଣା ଫେଣିକୁ ପକାଇ କିଛି ସମୟ ପରେ ସିରାରୁ କାଢି ରଖନ୍ତୁ ।