ଚିତ୍ରକୁଟ – Chitrakut
ପ୍ରସ୍ତୁତି ସାମଗ୍ରୀ –
ଦୁଧ ଛେନା – ୨୫୦ ଗ୍ରାମ , ଚିନି – ୧୦୦ ଗ୍ରାମ , ଖୁଆ – ୫୦ ଗ୍ରାମ , ବେକିଂ ପାଉଡର -୫ ଗ୍ରାମ , ମଇଦା – ୨୫ ଗ୍ରାମ, ରିଫାଇନ ତେଲ – ୫୦୦ ଗ୍ରାମ, ଗୁଜରାତି – ୫ ଗ୍ରାମ ।
ପ୍ରଣାଳୀ –
ପ୍ରଥମେ ଛେନାରୁ ପାଣି ଭଲଭାବେ ଛଡାଇ
ରଖନ୍ତୁ । ଛେନାରେ ମଇଦା , ଖୁଆ , ଗୁଜରାତି ଓ ବେକିଂ ପାଉଡର ପକାଇ
ଭଲଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଏକ ପ୍ଲେଟରେ ଭଲଭାବେ ଚାପି
ଚାପି ରଖନ୍ତୁ ଯେପରି ଖଣ୍ଡ ଖଣ୍ଡ କରି କାଟି ହେବ । ଏହାକୁ ଛୁଟ ଛୁଟ ଖଣ୍ଡ କରି କାଟନ୍ତୁ
। ଚିନିରେ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ
। ଅନ୍ୟ ଏକ କରେଇରେ ତେଲ ଦେଇ ଗରମ କରନ୍ତୁ । ତେଲ ଭଲ ଭାବେ ଗରମ ହେଲେ ଏଥିରେ ଖଣ୍ଡ ଖଣ୍ଡ ଛେନା
ମିଶ୍ରଣକୁ ପକାଇ ବାଦାମି ରଙ୍ଗ ପର୍ଯ୍ୟନ୍ତ ଛାଣି ତାକୁ କ୍ଷୀର ମଧ୍ୟରେ ପକାଇ ଦିଅନ୍ତୁ । କିଛି ସମୟ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଚିତ୍ରକୁଟ ମିଠା
। ଏବେ ସ୍ଵାଦ ନିଅନ୍ତୁ ଓ ଅନ୍ୟକୁ ଦିଅନ୍ତୁ
। ନିଶ୍ଚିତ କହିବେ ଆଃ କି ସ୍ଵାଦିଷ୍ଟ !