ସପୁରୀ ଆଇସକ୍ରିମ – Pineapple Ice-cream
ଆବଶ୍ୟକ ସାମଗ୍ରୀ:
ସପୁରୀ – ଅଧା ବା ଫାଳେ , ଚିନି ୫୦ ଗ୍ରାମ, ଗୁଜୁରାତି ଅଳ୍ପ , ଆଇସକ୍ରିମ ଷ୍ଟିକ- ପ୍ଲାଷ୍ଟିକ ବା କାଠରେ କିମ୍ବା ବାଉଁଶରେ ଓ ଆଇସକ୍ରିମ ଛାଞ୍ଚ ଓ ଫ୍ରିଜ ।
ପ୍ରସ୍ତୁତି
ପ୍ରଣାଳୀ :
ସପୁରୀରୁ ଭଲ ଭାବେ ଚୋପା ଛଡାଇ ଛୁଟ ଛୁଟ
ଖଣ୍ଡ କରି କାଟି ରଖନ୍ତୁ । ଏବେ ଏହାକୁ ଚିନି ସହ
ମିଶାଇ ମିକ୍ସରେ ବାଟି ଦିଅନ୍ତୁ । ଏହାକୁ ଏକ ପାତ୍ରରେ
ଫ୍ରିଜରେ ରଖନ୍ତୁ ।
ଅଧା ବରଫ ହୋଇଗଲା ବେଳକୁ କାଢି
ଆଣି ଗୁଜୁରାତି ଗୁଣ୍ଡ ଅଳ୍ପ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏବେ ଆଇସକ୍ରିମ ଛାଞ୍ଚରେ ଷ୍ଟିକ
ଦେଇ ଏହାକୁ ଫ୍ରିଜରେ ରଖନ୍ତୁ । ୫/୬ ଘଣ୍ଟା ପରେ ଏହା
ଟାଣ ହୋଇ ଆସିଲେ ଫ୍ରିଜରୁ ବାହାର କରି ଖାଇବାକୁ ଦିଅନ୍ତୁ
।
ଏହା ଘରେ କରି ଖୁଆନ୍ତୁ ଓ ଖାଆନ୍ତୁ ବହୁତ ଭଲ ଲାଗିବ ।