ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa
ପ୍ରସ୍ତୁତି
ସାମଗ୍ରୀ-
ଫୁଲ
ବଡି ୭-୮ ଟି, ତେଲ ଅଳ୍ପ, ପାଳଙ୍ଗ ଶାଗ ୨ ବିଡା, ରସୁଣ ୬-୮ କୋଲା, ସୋରିଷ ବଟା ୧ ଚାମଚ, ଲୁଣ ଆବଶ୍ୟକ ଅନୁଯାଇ, କଞ୍ଚା ଲଙ୍କା ୧ଟି ।
ପ୍ରଣାଳୀ
–
ପ୍ରଥମେ
ଫୁଲ ବଡିକୁ ତେଲରେ ଭାଜି ରଖନ୍ତୁ । ଏବେ କରେଇରେ ତେଲ ଫୁଟାଇ ସେଥିରେ କଟା ପାଳଙ୍ଗଶାଗ ପକାନ୍ତୁ
। ପିଠା ଖଡିକାରେ ଏପଟ ସେପଟ କରି ଅଳ୍ପ ସିଝି ଆସିଲେ
ଏଥିରେ ଛେଚା ରସୁଣ, ସୋରିଷ ବଟା, ଭଜା ବଡି ପକାଇ ଅଳ୍ପ ଆଞ୍ଚରେ ବସାଇ ଢାଙ୍କଣା ଦେଇ ୧-୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ପାଣି ମରିଗଲେ
ଗରମ ଗରମ ପରସନ୍ତୁ । କଞ୍ଚା ଲଙ୍କା ଚୁନ ଚୁନ କରି
ପକାଇ ପାରିବେ ।