ବ୍ରେଡ ଆଳୁ କଟଲେଟ –BREAD POTATO CUTLET 
ସାମଗ୍ରୀ:-
ବକଳା ଥିବା ୫ ଟି ପାଉଁରୁଟି , ୨ ଟି ସିଝା ଆଳୁ , ପିଆଜ ୨ ଟି , ଧନିଆ ପତ୍ର କିଛି , ଛୋଟ  ମେଥି କିଛି , ଅଦା-କଞ୍ଚା ଲଙ୍କା ପେଷ୍ଟ ୧ ଚାମଚ , ଧନିଆ ଗୁଣ୍ଡ  ½ ଚାମଚ , ସ୍ଵାଦ ଅନୁସାରେ ଆମ୍ଚୁର ପାଉଡର ବା ଲେମ୍ବୁ ରସ , ୨-୩ ଚାମଚ କୋର ହୋଇଥିବା ଚିଜ , ଭଜା ଲାଲ ଚିନାବାଦାମ ଗୁଣ୍ଡ ୩ ଚାମଚ , ୨ ଚାମଚ କର୍ଣ୍ଣ ଫ୍ଲୋର ,  ସ୍ଵାଦ ଅନୁସାରେ ଲୁଣ ।  
ପ୍ରସ୍ତୁତି  ପ୍ରଣାଳୀ: 
ପ୍ରଥମେ ପାଉଁରୁଟି ଖଣ୍ଡକୁ ହାତରେ ଦଳି
୧ ଚାମଚ ଦହିରେ ୨ ମିନିଟ ବତୁରାଇ ରଖନ୍ତୁ । ଏହାପରେ ସିଝା ଆଲୁରେ ବ୍ରେଡ ଚକାଟନ୍ତୁ ।  ପାଉଁରୁଟି ଏହାପରେ ଧୀରେ ଧୀରେ  କଟା ପିଆଜ , ଧନିଆ ପତ୍ର କଟା , ମେଥି , ଅଦା ଲଙ୍କା ପେଷ୍ଟ , ଧନିଆ ଗୁଣ୍ଡ , ଲେମ୍ବୁ ରସ , ଚିନାବାଦାମ ଗୁଣ୍ଡ ,ଚିଜ, କର୍ଣ୍ଣ ଫ୍ଲୋର , ସ୍ଵାଦ ଅନୁସାରେ ଲୁଣ ପକାଇ ଧୀରେ ଧୀରେ
କରି ଭଲକରି ଗୋଳାଇ ଚକଟି  ଦିଅନ୍ତୁ । ଏବେ ଏହି
ଚକଟାରୁ ଗୁଳା କରି ହାତରେ ଟିକେ ଥାପି କଟଲେଟ ଆକାରରେ 
ଗଢନ୍ତୁ । ଏହାପରେ  ଏକ ନନଷ୍ଟିକ ତାୱା ଗରମ କରି ଅଳ୍ପ ତେଲ ଦେଇ କଟଲେଟ
ଗୁଡିକୁ ଦୁଇ ପଟ ଲାଲ ହେଲା ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ । ଏଥରେ ଆପଣଙ୍କ
କଟଲେଟ ରେଡି ।  ଏହାକୁ ଯେକୌଣସି ସସ ଓ ଚଟଣି ସହିତ ସ୍ନାକ୍ସ ଭାବେ
ଖାଇପାରିବେ ।   
