କଷି ଆମ୍ବ ଆଚାର – Baby Mango Pickle
ପ୍ରସ୍ତୁତି ସାମଗ୍ରୀ –
ଟାକୁଆ ହୋଇ ନଥିବା କଷି ଆମ୍ବ ୧ କିଲୋ , ସୋରିଷ ୨ ଚାମଚ , ମେଥି ୧ ଚାମଚ , ଲଙ୍କା ଗୁଣ୍ଡ ୧ ଚାମଚ , ସୋରିଷ ତେଲ ୧ କପ , ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ –
କଷି ଆମ୍ବ ଚୋପ ଛଡାଇ ଚାରି ଖଣ୍ଡ କରି
କାଟି ରଖନ୍ତୁ । ଏହାପରେ ଏଥିରେ ମେଥିକୁ ଭାଜି ଗୁଣ୍ଡ କରି ଗୋଳାନ୍ତୁ । ଏଥିରେ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ତେଲ ସୋରିଷ ଗୁଣ୍ଡ ପକାଇ ଭଲ ଭାବରେ
ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଲୁଣ ଦେଇ କାଚ ବମରେ ରଖି କିଛିଦିନ ଖରାରେ ରଖନ୍ତୁ । ପ୍ରାୟ
୧ ମାସ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ । ମଝିରେ ମଝିରେ ଗୋଳାଇ ଦିଅନ୍ତୁ ଯେପରି ଆମ୍ବ ଖଣ୍ଡ ଉପର
ତଳ ହେବ । କଷି ଆମ୍ବ ଆଚାର ବହୁତ ସ୍ଵାଦିଷ୍ଟ ଓ ଏହାକୁ ସମସ୍ତେ ଖାଇ ପାରିବେ । ଏହା ବହୁତ ଦିନ
ପର୍ଯ୍ୟନ୍ତ ରହି ପରେ ।