ଆଳୁ ବିନସ ଭଜା – POTATO BEANS FRY
ସାମଗ୍ରୀ:-
୨୦୦ ଗ୍ରାମ ବିନସ , ୨ଟି ମଧ୍ୟମ ଆକାରର ଆଳୁ, ୧ ଟି କଞ୍ଚା ଲଙ୍କା , ୧ ଖଣ୍ଡ ଅଦା , ୧ ଚାମଚ ଲଙ୍କା ଗୁଣ୍ଡ , ୧ ଚାମଚ ହଳଦୀ ଗୁଣ୍ଡ , ଅଧା ଚାମଚ ଗୋଟା ଜୀରା , ଅଧା ଚାମଚ ଜୀରା ଗୁଣ୍ଡ , ଅଧା ଚାମଚ ସୁରିଷ, ସ୍ଵାଦ ଅନୁସାରେ ଲୁଣ ଓ ଭାଜିବା ପାଇଁ
ତେଲ ।
ପ୍ରସ୍ତୁତି ପ୍ରଣାଳୀ:
ବିନସକୁ ଭଲଭାବେ ଧୋଇ ଛୋଟ
ଛୋଟ କରି କାଟି ରଖନ୍ତୁ । ବିନସ ଆଳୁ ଚୋପା ଛଡାଇ ଚାରି କୋଣିଆ କରି ଛୋଟ ଛୋଟ କରି କାଟି ଦିଅନ୍ତୁ । ପ୍ୟାନ ଗରମ
କରି ମଧ୍ୟମ ଆଞ୍ଚରେ ୧/୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେଲେ ଏଥିରେ ଜୀରା
ଓ ସୁରିଷ ପକାଇ ଫୁଟାଇ ଦିଅନ୍ତୁ । ଏହାପରେ ଏଥିରେ କଞ୍ଚା ଲଙ୍କା ଓ ଛେଚା ଅଦା ପକାଇ ୨ ମିନିଟ ଭାଜନ୍ତୁ । ଏଥିରେ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ବିନସ ଓ ଆଳୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ଛାଡି ପୁଣି ଗୋଳାଇ ଦିଅନ୍ତୁ । ଜୀରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ମଧ୍ୟମ ଅଳ୍ପ
ଆଞ୍ଚରେ ବସାନ୍ତୁ , ବିନସ ହୋଇଗଲେ ଏହାକୁ ଭାତ ବା ରୋଟି ସହ ଖାଇବାକୁ ଦିଅନ୍ତୁ ।