ଚାଉଳ ବୁନ୍ଦି ଖିରି – Rice-Boondi
Kheer
ଆବଶ୍ୟକ ସାମଗ୍ରୀ :
ଚାଉଳ ୧୦୦ ଗ୍ରାମ, କାଜୁ କିସମିସ -୫୦ ଗ୍ରାମ, କ୍ଷୀର-୫୦୦ ମି. ଲି. , ଗୁଜୁରାତି – ୩ ଟି, ଚିନି -୧୦୦ ଗ୍ରାମ , ତେଜ ପାତ୍ର -୨/୩ ଟି, ଲୁଣ ସ୍ଵାଦ ଅନୁସାରେ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଚାଉଳକୁ ଚିକ୍କଣ କରି ଭଲ ଭାବେ ବାଟି ରଖନ୍ତୁ । ଏଥିରେ ଲୁଣ ପକାଇ ଭଲ କରି ଗୋଳାଇ ଏହାକୁ ବୁନ୍ଦି ଛଣା
ଜାଲି ଚଟୁରେ ବୁନ୍ଦି ଛାଣି ରଖନ୍ତୁ । ଏବେ ଚିନି,
କ୍ଷୀର, ଭଜା କାଜୁ ଓ କିସମିସ ଏବଂ ତେଜପତ୍ର ଫୁଟାଇ ଦିଅନ୍ତୁ । ଏଥିରେ
ଚାଉଳ ଛଣା ବୁନ୍ଦି ପକାଇ ଫୁଟାନ୍ତୁ । ଶେଷରେ ଗୁଜୁରାତି ପକାନ୍ତୁ । ଥଣ୍ଡା ବା ଉଷୁମ ଉଷୁମ
ଖାଇବାକୁ ଦେଇ ପାରନ୍ତି ।