ପାମ୍ପଡି ଚାଟ- Papdi Chaat
ଆବଶ୍ୟକ ସାମଗ୍ରୀ :
୧୦୦ ଗ୍ରା . ପାମ୍ପଡ , ୨ ଟି ଆଳୁ , ୨/୩ ଚାମଚ ଖଟା ଦହି , ୧ ଚାମଚ ତେନ୍ତୁଳୀ ରସ , ୧ ଚାମଚ କଟା ପିଆଜ , ଅଧା ଚାମଚ ଧନିଆପତ୍ର , ଅଧା ଚାମଚ ଚାଟ ମସଲା , ୧ ଚାମଚ ଚୂନାଚୂନା ନଡିଆ ଖଣ୍ଡ , ୨ ଚାମଚ ଛଣା ସେଓ , ଆବଶ୍ୟକ ଅନୁସାରେ ବିଟ ଲୁଣ ଓ ଟମାଟସସ |
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଆଳୁ ଦୁଇଟିକୁ ଶିଝାଇ ନେଇ ଛୋଟଛୋଟ ଖଣ୍ଡରେ କାଟି ରଖନ୍ତୁ | ଆବଶ୍ୟକ ଅନୁସାରେ ବିଟ ଲୁଣ , ଟମାଟସସ, ଚାଟମସଲା, ତେନ୍ତୁଳୀ ରସ ଓ ଦହିକୁ ମିଶାଇ ଭଲଭାବରେ ଗୋଳାନ୍ତୁ | ପାମ୍ପଡକୁ ଗୋଟାଗୋଟା ସଜାଇ ଆଳୁ ଓ ଗୋଳା ଯାଇଥିବା ମସଲା ଦେଇ ସେଥିମଧ୍ୟରେ ରଖି ସଜାଇ ଦିଅନ୍ତୁ | ଏହା ଉପରେ କଟା ନଡିଆ , ଛଣା ସେଓ ଓ ଅଳ୍ପ ଦହି ଦେଇ ଖାଇବାକୁ ଦିଅନ୍ତୁ |