ବୁନ୍ଦି  ପାଏସ୍
ଆବଶ୍ୟକ   ସାମଗ୍ରୀ : 
୧୦୦  ଗ୍ରା .  ବେସନ ,  ୨ ଲିଟର  କ୍ଷୀର ,  ୨୫୦  ଗ୍ରା .  ଚିନି ,  ୨୦  ଗ୍ରା .   କାଜୁ ,  ୨୦ ଗ୍ରା . କିସମିସ ,  କିଛି  ଗୁଜୁରାତି ଗୁଣ୍ଡ   ୧ କପ୍  ରିଫାଇନ  ତେଲ   |  
ପ୍ରସ୍ତୁତ  ପ୍ରଣାଳୀ  :          
ବେସନରେ   ଅଳ୍ପ   ପାଣି  ଦେଇ   ଗୋଳାଇ   ରଖନ୍ତୁ  |   କଡେଇରେ   ତେଲ  ଗରମ କରି  ବେସନରେ  ବୁନ୍ଦି  ଛାଣି  ରଖନ୍ତୁ   | କ୍ଷୀରକୁ   ଧିମା   ଆଞ୍ଚରେ  ବସାଇ  ଫୁଟାନ୍ତୁ  | କ୍ଷୀର  ଫୁଟି  ଅଧା  ହୋଇଗଲେ   ଚିନି   ପକାନ୍ତୁ   |  କାଜୁ ,  କିସମିସକୁ    ତେଲରେ  ଭାଜି  କ୍ଷୀରରେ  ପକାନ୍ତୁ   | ଛାଣି  ରଖିଥିବା  ବୁନ୍ଦିକୁ  ପକାଇ   ଧୀରେଧୀରେ  ଗୋଳାଇ  ଗୁଜୁରାତି ଗୁଣ୍ଡ   ପକାଇ  ଚୁଲିରୁ  ଓହ୍ଲାଇ  ଥଣ୍ଡା  କରି  ପରିବେଷଣ  କରନ୍ତୁ  ବୁନ୍ଦି  ପାଏସ୍  |
