* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Sweets-IceCream Recipe. Show all posts
Showing posts with label Sweets-IceCream Recipe. Show all posts

Jun 1, 2020

ପାଉଁରୁଟି ମାଲପୁଆ – Bread Malpuaa


ପାଉଁରୁଟି  ମାଲପୁଆ – Bread Malpuaa
ପ୍ରସ୍ତୁତି ସାମଗ୍ରୀ-

ପାଉଁରୁଟି ୫/୬ ପିସ, ମଇଦା ୧୦୦ ଗ୍ରାମ, ଛାଣିବା ପାଇଁ ରିଫାଇନ ତେଲ, ପାଚିଲା କଦଳୀ ୨ ଟି, ଗୁଜୁରାତି  ୨ଟି,  ଚିନି ୧୦୦ ଗ୍ରାମ, ଗୁଲମରିଚ ଗୁଣ୍ଡ ଅଧା ଚାମଚ, ପାନ ମହୁରୀ  ୧ ଚାମଚ, କିଛି କାଜୁ ଓ କିସମିସ       

ପ୍ରଣାଳୀ –.

ପ୍ରଥମେ ପାଉଁରୁଟିକୁ  କିଛି ସମୟ ପାଣିରେ  ଭିଜାଇ ରଖନ୍ତୁ।   ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।   ପାନ ମହୁରୀ, ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଏକାଠି ମିଶାଇ ଦିଅନ୍ତୁ ।  ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । 

 ଏହାକୁ ଚିନି ସିରା କରି କିଛି ସମୟ ପକାଇ ରଖି ଖାଇବାକୁ ଦେଇପାରିବେ କିମ୍ବା ବିନା ଚିନି ସିରାରେ ମଧ୍ୟ ଖାଇ ପାରିବେ ।  ଏହା ଉପରେ କାଜୁ ସ୍ଲାଇସ ଓ କିସମିସ ସଜାଇ ପରସନ୍ତୁ ।

May 16, 2020

ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream


ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream
ପ୍ରସ୍ତୁତି ସାମଗ୍ରୀ-

ଫୁଟି କାକୁଡି ୫୦୦ ଗ୍ରାମ, ମିଲ୍କ ପାଉଡର ୨୫୦ ଗ୍ରାମ, ଚିନି ୨୦୦ ଗ୍ରାମ, ଚେରୀ ୧୫ ଟି, ଗୁଜୁରାତି ୨ଟି       


ପ୍ରଣାଳୀ

ପ୍ରଥମେ ଫୁଟିକାକୁଡିରୁ  ଚୋପା ଛଡାଇ ମଞ୍ଜି ବାହାର କରି ରଖନ୍ତୁ ଏହାକୁ ଗ୍ରାଇଣ୍ଡରରେ  ଭଲ ଭାବରେ ଗ୍ରାଇଣ୍ଡ କରି ଏଥିରେ ମିଲ୍କ ପାଉଡର ଓ ଚିନି ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । 
ଏବେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ଗୁଜୁରାତି ଗୁଣ୍ଡ ଅଳ୍ପ ପକାଇ ଆଉଥରେ ଫେଣ୍ଟି ଦିଅନ୍ତୁ ।  


ଏହା ଉପରେ ଚେରୀ କାଟି ସଜାଇ ପରସନ୍ତୁ  ।  ଏହା ଯେପରି ସୁଆଦିଆ ସେପରି ଖାଦ୍ୟ ସାର ଯୁକ୍ତ ମଧ୍ୟ । 


May 1, 2020

ଚୋକଲେଟ କେକ – Chocolate Cake


ଚୋକଲେଟ କେକ – Chocolate Cake
ପ୍ରସ୍ତୁତି ସାମଗ୍ରୀ-

ଓରିୟ ବା ଅନ୍ୟ ଚୋକଲେଟ ବିସକୁଟ ପ୍ୟାକଟ 3 ଟି, ଲହୁଣୀ ( butter) ଅଳ୍ପ, କ୍ଷୀର, ବଟର ପେପର,  ଚେରି, ବେକିଂ ପାଉଡର  
   
ପ୍ରଣାଳୀ


ପ୍ରଥମେ ବିସକୁଟକୁ ପ୍ୟାକଟରୁ କାଢି କ୍ରିମକୁ  ବାହାର କରି ଅଲଗା ରଖନ୍ତୁ । ଗ୍ରାଇଣ୍ଡରରେ ବିସକୁଟ ଗୋଡିକୁ ଗୁଣ୍ଡ କରି ରଖନ୍ତୁ ।  ଏଥିରେ ଅଳ୍ପ ବେକିଂ ପାଉଡର, ଲହୁଣୀ ଏବଂ ଆବଶ୍ୟକ  କ୍ଷୀର ମିଶାଇ ଭଲଭାବେ ଗୋଳେଇ ଦିଅନ୍ତୁ ଯେପରି ଅଧିକ ପଣିଆ ନ ହୁଏ  । ଏହା କେକର ପେଷ୍ଟ ହୋଇଗଲା । ଏବେ ପ୍ରେସର କିମ୍ବା କରେଇ ଗରମ କରି ଏକ କେକ ଫ୍ରେମ ବା ଗ୍ରୀଲ ପକାଇ ରଖନ୍ତୁ ଯେପରି ତା ଉପରେ କେକ ପ୍ୟାନ ରଖି ପାରିବେ । ଏବେ କେକ ପ୍ୟାନ ବା ଷ୍ଟିଲ ପାତ୍ରରେ ପ୍ରଥମେ ଲହୁଣୀ ମାରି  ତା ଉପରେ ବଟର ପେପର ପକାଇ ଏହା ଉପରେ ବିସକୁଟ କେକ ପେଷ୍ଟକୁ ଅଧା ଦେଇ ଭଲ ଭାବେ ବସାଇ ଦିଅନ୍ତୁ ।  ଏବେ ଗରମ କରି ଢାଙ୍କୁଣୀ ବନ୍ଦ କରି  ୫/୭ ମିନିଟ  ହୋଇଗଲେ ବାହାରକୁ ଆଣି କ୍ରିମକୁ କେକ ଉପରେ ଭଲଭାବେ ପକାଇ ଏହା ଉପରେ ଆର ଅଧକ କେକ ପେଷ୍ଟ ଦେଇ ଆଞ୍ଚରେ ବସାଇ ଦିଅନ୍ତୁ ।   ୫/୭ ମିନିଟ ହୋଇଗଲେ ଟୁଥପିକ ବା ଫୋର୍କ ବା ଛୁରୀ ରେ ଦାଗୀ ମାରି ଦେଖିବେ ଯେପରି ସେଥିରେ କେକ ଲାଗିବା ନାହିଁ , ତେବେ କେକ ହୋଇଗଲା ଜାଣିବେ ଏବଂ  ବାହାରକୁ ଆଣି  ଥଣ୍ଡା କରି ଏହା ଉପରେ କେକ କ୍ରିମ ଓ ଚେରୀ ୪/୫ ଟି   ପକାଇ ସଜାଇ ପରସନ୍ତୁ ।

Mar 16, 2020

ଅଟକାଳି– Atakali


ଅଟକାଳି– Atakali
ପ୍ରସ୍ତୁତି ସାମଗ୍ରୀ-

 ଅରୁଆ ଚାଉଳ ଚୂନା ୪ କପ, ଅଳ୍ପ ଲୁଣ, ବଡ ନଡିଆ ୧ଟି, ଗୋଲ ମରିଚ ୧୨ଟି, ଗୁଡ ୧ କପ, ଅଳ୍ପ କିସମିସ     
ପ୍ରଣାଳୀ

ପ୍ରଥମେ ନଡିଆକୁ ଭାଙ୍ଗି ଫାଳେ କୋରି ପାତ୍ରରେ ରଖନ୍ତୁ ।   ଆର ଫାଳ ନଡିଆକୁ ସରୁ ସରୁ କାଟି ଦିଅନ୍ତୁ । ଏବେ କରେଇରେ ୫ କପ ପାଣି ଫୁଟେଇ ସେଥିରେ ଗୁଡ ଓ ଲୁଣ ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ।  ଅନ୍ୟ ୪କପ ପାଣିରେ ଚାଉଳ ଚୂନା ମିଶାଇ ନେଇ ଫୁଟୁଥିବା ପାଣିରେ ଢାଳି ଦିଅନ୍ତୁ।  ନଡିଆ କୋରା ଓ ନଡିଆ ଖଣ୍ଡ  ସେଥିରେ ପକାଇ ଘଣ୍ଟି ଦିଅନ୍ତୁ ।  ୩୦ ମିନିଟ ଘାଣ୍ଟିଲା ପରେ ଆଞ୍ଚରୁ ବାହାର କରି ରଖି ଦିଅନ୍ତୁ ।  ଖାଇବା ବେଳେ ଗୋଲମରିଚ ଗୁଣ୍ଡ ପକାଇ ଥଣ୍ଡା କରି ଉପରେ କିଛି କିସମିସ ପକାଇ ଖାଇବାକୁ ଦିଅନ୍ତୁ ।

Nov 1, 2019

ପ୍ୟାନ କେକ – Roasted Pancake


ପ୍ୟାନ କେକ  Roasted Pancake
ପ୍ରସ୍ତୁତି ସାମଗ୍ରୀ-

ଚାଉଳ ୨କପ, ଗୋଟା ବିରି ୧ କପ, ଚିନି ଗୁଣ୍ଡ ୧/୨ କପ , କିସମିସ ଓ ଭଜା ଚିନାବାଦାମ ୧/୪ କପ, ଗୁଜରାତି ୨ଟି, ନଡିଆ କୋରା ବା ଛୋଟ ଛୋଟ କଟା ୧/୨ କପ, ଘିଅ ୪ ଚାମଚ, ଲୁଣ ଆବଶ୍ୟକ ଅନୁସାରେ  

ପ୍ରଣାଳୀ

ପ୍ରଥମେ ୨କପ  ଚାଉଳ ଓ ୧ କପ ବିରି ନେଇ ପାଣିରେ ବତୁରାଇ ୪/୫ ଘଣ୍ଟା ରଖନ୍ତୁ   ଏହାପରେ ଏହାକୁ ଗ୍ରାଇଣ୍ଡରରେ  ଭଲକରି ଗ୍ରାଇଣ୍ଡ କରି ଅଳ୍ପ ପାଣି ଦେଇ ଗୋଳାଇ ଅତି କମରେ ୨ ଘଣ୍ଟା ରଖି ଦିଅନ୍ତୁ ।  ଏବେ ଏଥିରେ ଚିନି ଗୁଣ୍ଡ, କିସମିସ, ବାଦାମ , ନଡିଆ ଓ ଆବଶ୍ୟକ ଲୁଣ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।  
ଏବେ  ପ୍ୟାନରେ ଘିଅ ୨ ଚାମଚ ପକାଇ ପ୍ୟାନରେ ଖେଳେଇ  ପିଠଉ ଦେଇ ଉପରେ ୨ ଚାମଚ ଘିଅ ଦେଇ ମଧ୍ୟମ ଆଞ୍ଚରେ ବସାଇ ଢାଙ୍କି ଦିଅନ୍ତୁ ଓ ପରେ ଓଲଟାଇ ବାଦାମି ରଙ୍ଗ ହେଲେ ବାହାର କରି ରଖନ୍ତୁ । ଥଣ୍ଡା କରି ଛୋଟ ଛୋଟ ଖଣ୍ଡ କରି ପରସନ୍ତୁ ।

Oct 1, 2019

ବିରି ଲଡୁ - Black daal Laddu


ବିରି ଲଡୁ - Black daal Laddu
ପ୍ରସ୍ତୁତି ସାମଗ୍ରୀ-

ବିରି ୨୫୦ ଗ୍ରାମ, ସୁଜି ୫୦ ଗ୍ରାମ, ପାନମଧୁରୀ ଅଳ୍ପ, ଛାଣିବା ପାଇଁ ଘିଅ, ପାଚିଲା କଦଳୀ ୨ଟି , ଲୁଣ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ

ବିରିକୁ କିଛି ସମୟ ବତୁରାଇ ଧୋଇ ଚିକ୍କଣ କରି ବାଟି ରଖନ୍ତୁ । ଏଥିରେ ପାନମଧୁରୀ, ଗୁଡ, ଲୁଣ ପକାଇ ଭଲଭାବେ ଗୋଳାଇ ମିଶାନ୍ତୁ । ପାଚିଲା କଦଳୀ ୨ଟି ଚକଟି ମିଶାଇ ଦିଅନ୍ତୁ ।  ଏହାକୁ ଲଡୁ ଆକାରରେ କରି ରଖନ୍ତୁ । ଏବେ କରେଇରେ ଘିଅ ଗରମ କରି ଛାଣି ନିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବିରି ଲଡୁ ।   ଏହାକୁ ଥଣ୍ଡା ହେଇଆସିଲେ ଖାଇବାକୁ ଦିଅନ୍ତୁ ।  

Sep 16, 2019

ଚୁଡା ପିଠା– Flattened Rice Pithaa


ଚୁଡା ପିଠା  Flattened Rice Pithaa
ପ୍ରସ୍ତୁତି ସାମଗ୍ରୀ-

ଚୁଡା ୫୦୦ ଗ୍ରାମ, ଦହିଛେନା ୧୦୦ ଗ୍ରାମ, ନଡିଆ ୧ଟା, ମଇଦା ୨-୩ ଚାମଚ, ଚିନି ୧୦୦ ଗ୍ରାମ, ପାନମଧୁରୀ  ୧ ଚାମଚ, ଛାଣିବା ପାଇଁ ରିଫାଇନ ତେଲ, ଅଳେଇଚ ଗୁଣ୍ଡ ଅଧା ଚାମଚ, ଲୁଣ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ

ପ୍ରଥମେ ଚୁଡାକୁ ଧୋଇ ଅଳ୍ପ ପାଣିରେ ଭିଜାଇ ରଖନ୍ତୁ ।  ଏବେ ଏଥିରେ ମଇଦା, ଲୁଣ, ପାନମଧୁରୀ ପକାଇ ଚକଟି ଦିଅନ୍ତୁ ।   ନଡିଆ କୋରି, ଛେନା ଓ ଚିନି ମିଶାଇ ପୁର ପ୍ରସ୍ତୁତ କରି ରଖନ୍ତୁ । ପୁରରେ ଅଳେଇଚ ଗୁଣ୍ଡ ମିଶାଇ ଏହି ପିଠା ମଝିରେ ଦିଅନ୍ତୁ । କରେଇରେ ତେଲ ଗରମ କରି ଏହି ପିଠାଗୁଡିକୁ ଛାଣି ଦିଅନ୍ତୁ ।  ଏବେ  ପ୍ରସ୍ତୁତ ଆପଣଙ୍କ ଚୁଡାପିଠା ।   ଏହାକୁ ଗରମ ଗରମ ଖାଇବାକୁ ଦିଅନ୍ତୁ ।

Aug 16, 2019

ବିରି –ଚାଉଳ ଗୁଲଗୁଲା – Black Dal- Rice flour Gulgula


ବିରି –ଚାଉଳ ଗୁଲଗୁଲା    Black Dal- Rice flour Gulgula


ପ୍ରସ୍ତୁତି ସାମଗ୍ରୀ-

ବିରି – ୨୦୦ ଗ୍ରାମ, ଚାଉଳ ଚୂନା – ୧୦୦ ଗ୍ରାମ, ଗୁଡ ୧୦୦ ଗ୍ରାମ, ପାନମହୁରି  ଅଳ୍ପ, ତେଲ ଛାଣିବା ପାଇଁ ।


ପ୍ରଣାଳୀ

ପ୍ରଥମେ ବିରିକୁ  କିଛି ସମୟ ଭିଜାଇ ଚିକ୍କଣ କରି ବାଟି ରଖନ୍ତୁ। ଏବେ ଏଥିରେ ଚାଉଳ ଚୂନା ଗୋଳାଇ ରଖନ୍ତୁ  ଦେଖିବେ ଯେପରି ମିଶ୍ରଣ ପାଣିଆ ନ ହୁଏ ।  ଏଥିରେ ଗୁଡ , ପାନମହୁରି  ଗୋଳାଇ ଦିଅନ୍ତୁ ।  ଏବେ କଡେଇରେ  ତେଲ ଗରମ କରି ଗୋଲ ଗୋଲ କରି ଗୁଲଗୁଲା ଛାଣି ଦିଅନ୍ତୁ ।

Aug 1, 2019

ଲସି – Lassi


ଲସି  Lassi
ପ୍ରସ୍ତୁତି ସାମଗ୍ରୀ-.

୫୦୦ ମି. ଲି. ଖଟା ବସାଦହି, ପାଣି , ମହୁ , ଆଲମଣ୍ଡ  ବାଦାମ ୧୦ ଟି ।

ପ୍ରଣାଳୀ -

ପୂର୍ବରାତିରୁ ଆଲମଣ୍ଡ  ବାଦାମ ୧୦ ଟିକୁ ପାଣିରେ ବତୁରାଇ ରଖନ୍ତୁ ।  ଏହାକୁ ଛୋଟ ଛୋଟ ପତଳା ପତଳା କରି କାଟି ରଖନ୍ତୁ ।  ବ୍ଲେଣ୍ଡରରେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ ।  

ଏବେ ଲମ୍ବା ଲମ୍ବା ଗ୍ଲାସରେ ଅଧା ଗ୍ଲାସ ପାଣି ନିଅନ୍ତୁ ଓ ଅଧା ଦହି ନିଅନ୍ତୁ ।  ଏବେ ଏଥିରେ ଏକ ଚାମଚ ମହୁ ପକାଇ ଭଲ ଭାବେ ଚାମଚରେ ଘାଣ୍ଟି ଦିଅନ୍ତୁ । ଉପରେ ବାଦାମ ଖଣ୍ଡ ପକାଇ ପରସନ୍ତୁ ।   ଖରା ଦିନରେ  ଥଣ୍ଡା ପାଣି  ବା ଅଳ୍ପ ବରଫ ଖଣ୍ଡ ପକାଇ ପାରିବେ ।

Jun 16, 2019

ଲବଙ୍ଗଲତା – Labanglata- Cloves Sweet


ଲବଙ୍ଗଲତା  Labanglata- Cloves Sweet
ପ୍ରସ୍ତୁତି ସାମଗ୍ରୀ-

ଲବଙ୍ଗ ୫୦ ଗ୍ରାମ, ମଇଦା ୨୫୦ ଗ୍ରାମ, ଗୁଜୁରାତି ୫ ଗ୍ରାମ, ଖୁଆ ୨୫ ଗ୍ରାମ, ଚିନି ୧୦୦ ଗ୍ରାମ, ଚିନି ଗୁଣ୍ଡ ୧୦୦ ଗ୍ରାମ, ଘିଅ ୨୫୦ ଗ୍ରାମ, ଖାଇବା ସୋଢା  ଆବଶ୍ୟକ ଅନୁସାରେ

ପ୍ରଣାଳୀ -

ପ୍ରଥମେ ମଇଦାରେ ଖାଇବା ସୋଢା ମିଶାଇ ଭଲଭାବେ ପାଣି ଦେଇ ଭଲ ଭାବରେ ଚକଟି ଦିଅନ୍ତୁ ।  ଏବେ ଚିନି ଗୁଣ୍ଡ , ଖୁଆ ଓ ଗୁଜୁରାତି ମିଶାଇ ଏକ ପେଷ୍ଟ ତିଆରି କରି ରଖନ୍ତୁ ।  ମଇଦା ମିଶ୍ରଣରେ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ଚକଟି ଦିଅନ୍ତୁ ।  ଏହାକୁ ଛୋଟ ଛୋଟ ଗୋଳା କରି ପୁରି ଆକାରରେ ବେଲି ଦିଅନ୍ତୁ । ପୁରି ମଝିରେ ପେଷ୍ଟକୁ ଲଗାଇ ଦୋସା ପରି ଭାଙ୍ଗି ଦିଅନ୍ତୁ ।  ହାତରେ ପାଣି ମାରି ତାର ମୁହଁ ବନ୍ଦ କରି ରଖି ଦିଅନ୍ତୁ । ଏବେ ଏହାକୁ ଘିଅରେ ଛାଣି ଆଗରୁ ପ୍ରସ୍ତୁତ କରି ରଖି ଥିବା ଚିନି ସିରାରେ ବୁଡାଇ  ଅଳ୍ପ ସମୟ ରଖି କାଢି ଦିଅନ୍ତୁ । ଏବେ  ଏହାକୁ ପ୍ଳେଟରେ ସଜାଇ ପରସନ୍ତୁ ।  
ଏହା ସୁଆଦିଆ ଓ ପୁଷ୍ଟିକର ମଧ୍ୟ  । 

Jun 1, 2019

ବିରି ଚାଉଳ ଲୁଣି ପୋଡପିଠା– Salty Rice-black gram Pithaa


ବିରି ଚାଉଳ ଲୁଣି ପୋଡପିଠା Salty Rice-black gram Pithaa

ପ୍ରସ୍ତୁତି ସାମଗ୍ରୀ-

ବିରି ୫୦୦ ଗ୍ରାମ , ଅରୁଆ ଚାଉଳ ୫୦୦ ଗ୍ରାମ , କଞ୍ଚା ଲଙ୍କା ୩-୪ ଟି, ଘିଅ ୧୦୦ ଗ୍ରାମ, ଅଦା ଛୋଟ ଖଣ୍ଡେ , ଲୁଣ ଆବଶ୍ୟକ ଅନୁଯାଇ     

ପ୍ରଣାଳୀ-

ପ୍ରଥମେ ଅରୁଆ ଚାଉଳ ଓ ବିରିକୁ ଅଲଗା ଅଲଗା ବତୁରାଇ କିଛି ସମୟ ଭିଜି ଗଲା ପରେ ଚିକ୍କଣ କରି ବାଟି ଦିଅନ୍ତୁ ।  ଦେଖିବେ ଯେପରି ପାଣିଆ ହେବ ନାହଁ । ଏହାକୁ କିଛି ସମୟ ଫୁଲିବା ପାଇଁ ଛାଡି ଦିଅନ୍ତୁ  ଏବେ ଏଥିରେ  ଅଦା ବଟା , ଘିଅ , ଲୁଣ , ଲଙ୍କା ଭଲ କରି ମିଶାଅ ଦିଅନ୍ତୁ ।  ଏହି ମିଶ୍ରଣକୁ ଓଭାନରେ ରଖି କେକ କରି ନିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବିରି ଚାଉଳ ଲୁଣି ପୋଡ ପିଠା    

May 16, 2019

କାକୁଡି ଥଣ୍ଡା ଫ୍ରେଶ – Cold Cucumber Fresh




କାକୁଡି ଥଣ୍ଡା  ଫ୍ରେଶ Cold Cucumber Fresh  
ପ୍ରସ୍ତୁତି ସାମଗ୍ରୀ-

୨-୩ଟି  କାକୁଡି, ଅଳ୍ପ ଫ୍ରେଶ ପୋଦିନା ପତ୍ର, ଆମ୍ବକଷି ଅଦା ଖଣ୍ଡେ, ଲୁଣ ଓ ଗୋଲମରୀଚ ଗୁଣ୍ଡ, ବରଫ, ଅଳ୍ପ କଞ୍ଛା ଲଙ୍କା   

  
ପ୍ରଣାଳୀ-


ପ୍ରଥମେ କାକୁଡିକୁ  ଚୋପା ଛଡାଇ ଛୋଟ ଛୋଟ କରି କାଟି ରଖନ୍ତୁ   ଏବେ କଟା କାକୁଡି, ଅଦା, ଲଙ୍କା, ବରଫ ପକାଇ ଭଲ ଭାବେ ବ୍ଲେଣ୍ଡିଂ କରି ନିଅନ୍ତୁ ।  ଟେଷ୍ଟ କରି ଲୁଣ ଦେଖିନିଅନ୍ତୁ ।  

୧ ଘଣ୍ଟା ଫ୍ରିଜରେ ଥଣ୍ଡା କରି ଉପରେ ଗୋଲମରୀଚ ଗୁଣ୍ଡ, ପୋଦିନା ପତ୍ର  ପକାଇ ପରସନ୍ତୁ ।  

May 1, 2019

ତରଭୁଜ ପୋଦିନା ସରବତ – WaterMelon Mint Sarbat


ତରଭୁଜ ପୋଦିନା ସରବତ WaterMelon Mint Sarbat  

ପ୍ରସ୍ତୁତି ସାମଗ୍ରୀ-


୪ କପ ଛୋଟ ଛୋଟ କଟା ପାଚିଲା ତରଭୁଜ, ଅଧା କପ କଟା ଟମାଟୋ ଓ  ଅଧା କପ  କଟା କାକୁଡି, ଅଧା କଞ୍ଚା ଲଙ୍କା, ୪ ଚାମଚ ଅଲିଭ ତେଲ, ଅଧା ଚାମଚ ଲୁଣ, ଅଳ୍ପ ମରିଚ ଗୁଣ୍ଡ, ଅଳ୍ପ ତାଜା ପୋଦିନା    
 
ପ୍ରଣାଳୀ-


ପ୍ରଥମେ ତରଭୁଜ, ଟମାଟୋ, କାକୁଡି , ଲଙ୍କା, ଲୁଣ, ଅଲିଭ ତେଲ  ନେଇ ବେଣ୍ଡିଂ ବା ମିକ୍ସିଙ୍ଗ କରି ଦିଅନ୍ତୁ  ଏହାକୁ ଭଲଭାବେ ମିକ୍ସିଙ୍ଗ କଲାପରେ ଟେଷ୍ଟ ଦେଖି ଲୁଣ ପକାଇ କରିପାରିବେ  

ଏବେ ୪-୬ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ଥଣ୍ଡା କରି ରଖନ୍ତୁ  ଏହାପରେ ଏହା ଉପରେ ଚୂନ ଚୂନ କଟା ତରଭୁଜ, କାକୁଡି ଓ ପୋଦିନା ପତ୍ର ପକାଇ ପରସନ୍ତୁ ଏହା ସବୁ  ଋତୁରେ  ପରସି ପାରିବେ

Apr 16, 2019

ନିମିକି ଖିରି – Nimki Kheer


ନିମିକି  ଖିରି Nimki Kheer

ପ୍ରସ୍ତୁତି ସାମଗ୍ରୀ-

ମଇଦା ୧୫୦ ଗ୍ରାମ, ଘିଅ ୨ ଚାମଚ, ଚିନି ୧୦୦ ଗ୍ରାମ, କ୍ଷୀର ୨ ଲିଟର, ଗୁଜୁରାତି ୪ଟି, ଛାଣିବା ପାଇଁ ତେଲ  

ପ୍ରଣାଳୀ-


ପ୍ରଥମେ ମଇଦାରେ ଘିଅ ଦେଇ ମିଶାଇବା ପରେ ପାଣି ଦେଇ ଚକଟି ଦିଅନ୍ତୁ । ସେଥିରେ ଛୋଟ ଛୋଟ ନିମିକି କାଟି ଦିଅନ୍ତୁ ।  ଏବେ କରେଇରେ  ତେଲ ଗରମ କରି ନିମିକି ଗୋଡିକୁ ଛାଣି ଦିଅନ୍ତୁ ।  

ଏବେ ଦୁଧ ଓ ଚିନିକୁ ଫୁଟାଇ ଏଥିରେ ନିମିକି ପକାଇ ଫୁଟାନ୍ତୁ ।  ଖିରି ପରି ହୋଇ ଆସିଲେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ବାହାର କରି ରଖନ୍ତୁ  । 

 ଏବେ ପ୍ରସ୍ତୁତ ଆପଣଙ୍କର ସୁଆଦିଆ ନିମିକି ଖିରି  

Nov 1, 2018

ଆମ୍ବ ରାବଡି – Mango Rabdi


ଆମ୍ବ ରାବଡି  Mango Rabdi
ଆବଶ୍ୟକ ସାମଗ୍ରୀ: 

ଅଧା ଲିଟର କ୍ଷୀର, ୪/୫ ଟି ଗୁଜରାତି ଗୁଣ୍ଡ , ୨ କପ  ସଜ କ୍ରୀମ , ୨୫୦ ଗ୍ରାମ  ରାବିଡି, ୧ ଚାମଚ ବେକିଂ ପାଉଡର, ୫୦ ଗ୍ରାମ ବଟର, ୧ କଟା ପାଚିଲା ଆମ୍ବ  , ଅଧା କପ ଚିନି , ୧ ଟି ଜଠିକାଇ ( nutmeg) ପାଉଡର, ଆମ୍ବ ସସ, ୧୫୦ ଗ୍ରାମ ମଇଦା ବା self raising flour, ୧ ୧/୨ ଚାମଚ Vanila Essence, ଅଧା କପ ପାଣି  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଏକ ପାତ୍ରରେ  ମଇଦା, ବେକିଂ ପାଉଡର , ବଟର, ରାବିଡି ଏକ ଚାମଚରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ vanilla essence , ପାଣି ଦେଇ ଭଲଭାବେ ମିଶାଇ ରଖନ୍ତୁ ।  ଏହାକୁ ଏକ ପ୍ଲେଟରେ କାଢି ଓଭାନରେ ୨୦୦ ଡିଗ୍ରୀ ରେ ୧୦ ମିନିଟରେ ରଖି  ତା ପରେ ୧୭୫ ଡିଗ୍ରୀ ରେ ୧୫ ମିନିଟ  ରଖି ବେକିଂ କରନ୍ତୁ  । ଏବେ ଏହାକୁ କାଢି ଥଣ୍ଡା କରନ୍ତୁ ।  ଏବେ ଏକ ପ୍ୟାନରେ କ୍ଷୀର ନେଇ  ଫୁଟାଇ  ମାରି ଦିଅନ୍ତୁ ଯେପରି ତିନି ଭାଗରୁ ଭାଗେ ରହିବ ।  ଏବେ  ଏଥିରେ ଚିନି , ଗୁଜରାତି ଗୁଣ୍ଡ ଓ  ଜଠିକାଇ ( nutmeg) ପାଉଡର ପକାଇ ଗୋଳାଇ  ବାହାର କରି ରଖନ୍ତୁ । 

ଏବେ କ୍ରିମରେ ରାବଡି ଆମ୍ବ ସସ  ଭଲ ଭାବେ ମିଶାଇ ଥଣ୍ଡା କରି ରଖନ୍ତୁ ।  ଏବେ ସ୍ପଞ୍ଜ କେକ କୁ ଦୁଇ ପିସ କରି ସ୍ଲାଇସ କରି  ଏଥିରେ ରାବଡି ଢାଳି ଉପରେ ଆମ୍ବ ଖଣ୍ଡ ପକାଇ ଅଳ୍ପ କ୍ରୀମ ମାରି ପୁରା ଥଣ୍ଡା କରି ପରସନ୍ତୁ ।  ଖାଇ କରି କୁହନ୍ତୁ ୱାଓ , ଖୁବ ସୁନ୍ଦର  ଓ ସୁଆଦିଆ ।

Jul 1, 2018

ବୁଟ ଡାଲି ପୁରଦିଆ ମଣ୍ଡା ପିଠା– Buta Dal Manda Pitha

ବୁଟ ଡାଲି ପୁରଦିଆ ମଣ୍ଡା ପିଠାButa Dal Manda Pitha
ଆବଶ୍ୟକ ସାମଗ୍ରୀ: 

ଅରୁଆ ଚାଉଳ ୧ କି.ଗ୍ରା, , ବୁଟ ଡାଲି ୪୦୦ ଗ୍ରାମ, ଭଲ ଗୁଡ  ୨୦୦ ଗ୍ରାମ , ଅଦା ଖଣ୍ଡେ, ନଡିଆ ୧ଟି , ଗୋଲମରିଚ ୨ ଚାମଚ ।

ପ୍ରସ୍ତୁତି  ପ୍ରଣାଳୀ  :
ପ୍ରଥମେ ବୁଟ ଡାଲିକୁ ଭଲ ଭାବେ ଧୋଇ ୨ ଘଣ୍ଟା ବତୁରାଇ ରଖନ୍ତୁ ।  ଅରୁଆ ଚାଉଳକୁ ପାଣି ଛିଞ୍ଚି ଗ୍ରାଇଣ୍ଡର ଗ୍ରାଇଣ୍ଡରରେ ଚୂନା କରି ରଖନ୍ତୁ ।  ବୁଟ ଡାଲିକୁ ସିଝାଇ ରଖନ୍ତୁ । ନଡିଆ କୋରି କରି ରଖନ୍ତୁ । ଏବେ ବୁଟ ଡାଲିକୁ ଅଧା ଚକଟି ନଡିଆ କୋରା, ଅଦା ବଟା, ଗୁଲମରିଚ ଗୁଣ୍ଡ ଓ ଗୁଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ଚାଉଳ ଚୂନାକୁ ଖଳି କରି ଏହାକୁ ଗୋଲ ଗୋଲ କରି ମଣ୍ଡା ପରି ଗଢି ସେଥିରେ ବୁଟ ଡାଲି ମିଶ୍ରଣକୁ ପୁର ଦେଇ ବନ୍ଦ କରି ଦିଅନ୍ତୁ । ଏବେ ମଣ୍ଡାକୁ ଇଡ୍ଲୀ ଛାଞ୍ଚରେ ସିଝାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବୁଟ ଡାଲି ପୁରଦିଆ ମଣ୍ଡାପିଠା । 

Jun 16, 2018

କମଳା ରସ କେକ – Orange Cake

କମଳା ରସ କେକ Orange Cake
ଆବଶ୍ୟକ ସାମଗ୍ରୀ: 

ମଇଦା ୩୦୦ ଗ୍ରାମ , ଲହୁଣୀ ୫୦ ଗ୍ରାମ, ବେକିଂ ପାଉଡର ୨ ଚାମଚ, ଚିନି ଗୁଣ୍ଡ ୧୫୦ ଗ୍ରାମ, କମଳା ଲେମ୍ବୁ ରସ ଦେଢ କପ  ।

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ମଇଦାକୁ ବେକିଂ ପାଉଡର ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ । କମଳା ଲେମ୍ବୁରୁ ରସ କାଢି ଛଣି ରଖନ୍ତୁ । ଏବେ ଚିନି , ଲହୁଣୀ ଓ କମଳା ରସ କୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ମଇଦା ମିଶ୍ରଣକୁ ଫେଣ୍ଟି ଦିଅନ୍ତୁ । ଏହାପରେ  ବେକିଂ ଡିସରେ ଘିଅ ମାରି ଏହି ମିଶ୍ରଣକୁ ୩୦ ମିନିଟ ପର୍ଯ୍ୟନ୍ତ ବେକ କରି ଦିଅନ୍ତୁ । 

 ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ଓ କମଳା ବାସ୍ନା ଭରା ମନଲୋଭା ଅରେଞ୍ଚ କେକ ବା କମଳା ରସ ଭରା କେକ । ଏହା ନିଜେ ଖାଆନ୍ତୁ ଓ ଘରର ସମସ୍ତଙ୍କୁ ଖୁଆନ୍ତୁ । କ୍ରୀମରେ ସଜାଇ ଜନ୍ମଦିନ ପାର୍ଟିରେ ମଧ୍ୟ ଘରେ ବ୍ୟବହାର କରି ପାରିବେ । 

Jun 1, 2018

ନଡିଆ ଖିରି – Nadiaa Milky Sweet


ନଡିଆ ଖିରି – Coconut Milky Sweet
ଆବଶ୍ୟକ ସାମଗ୍ରୀ: 

ନଡିଆ କୋରା – ୨ କପ , ଚିନି – ୨୦୦ ଗ୍ରାମ, ଗୁଜୁରାତି – ୬/୭ ଟି , ତେଜ ପତ୍ର -୩/୪ ଟି,  କ୍ଷୀର- ୧ ଲିଟର  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କ୍ଷୀର ସହିତ ଚିନି ଓ ତେଜ ପତ୍ର ପକାଇ ଫୁଟାନ୍ତୁ ।  ସେଥିରେ ନଡିଆ କୋରା ପକାଇ ଭଲଭାବେ ଫୁଟାନ୍ତୁ ।

ଏବେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଫୁଟାନ୍ତୁ । ଯେପରି ବହଳିଆ ଖିରି ପରି ହେବ । ଏହାକୁ ଗରମ ଗରମ ବା ଫ୍ରୀଜରେ  ରଖି ଥଣ୍ଡା କରି ମଧ୍ୟ ଖାଇ ପାରିବେ । ଏହା କରିବାକୁ ସହଜ ଓ ଖୁବ କମ ସମୟ ଲାଗିବ । ଏହା ବହୁତ ସ୍ଵାଦିଷ୍ଟ ଓ ପୃଷ୍ଟିକର ମଧ୍ୟ ।

May 20, 2018

କାନିକା ମିଠା ପଲାଉ– Kaanikaa-Sweet Rice


କାନିକା ମିଠା ପଲାଉKaanikaa-Sweet Rice  
ଆବଶ୍ୟକ ସାମଗ୍ରୀ: 

ଭଲ ବାସ୍ନା ଅରୁଆ ଚାଉଳ ୪  କପ, ଗୁଆ ଘିଅ ୮ ଚାମଚ , କାଜୁ ୪୦-୫୦ ଟି , ପାନମଧୁରୀ ୨ ଚାମଚ , ଡାଲଚିନି ୩-୪ ଖଣ୍ଡ , ଚିନି ୧ କପ , ଗୁଜରାତି ୮ ଟି , କିସମିସ ୪୦ ଟି , ଲବଙ୍ଗ ୧୦-୧୨ ଟି,  ତେଜ ପତ୍ର ୩-୪ ଟି ,  ହଳଦୀ ଗୁଣ୍ଡ ଓ ଲୁଣ  ସ୍ଵାଦ ଅନୁସାରେ । 

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ପ୍ରେସର କୁକରରେ  ଅଳ୍ପ ଘିଅ ଦେଇ କାଜୁକୁ ଭାଜି ରଖନ୍ତୁ । ଏବେ ଘିଅ ଦେଇ ଅରୁଆ ଚାଉଳକୁ  ପାନମଧୁରୀ , ତେଜ ପତ୍ର , ଲୁଣ , ହଳଦୀ , ଅଧା ଗରମ ମସଲା  ଡ଼ିଇଆଇ ଭାଜନ୍ତୁ । ଏଥିରେ ଏବେ ୮ କପ ପାଣି ଦେଇ ଭଲ ଭାବେ ଗୋଳାଇ ପ୍ରେସର ଦିଅନ୍ତୁ । 
ଅଧାରୁ ପ୍ରେସର ଖୋଲି ସେଥିରେ କାଜୁ , କିସମିସ ଓ ଚିନି ଦେଇ ଗୋଳାଇ ଦିଅନ୍ତୁ ।  ୪-୫ ମିନିଟ ପରେ ଏଥିରେ ମସଲା ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଏବେ ଘିଅ ପକାଇ ଭଲ ଭାବେ ଗୋଳାଇ ଆଞ୍ଚ ବନ୍ଦ କରି ଦିଅନ୍ତୁ । 

ଏବେ ପ୍ରସ୍ତୁତ  ଆପଣଙ୍କ ପ୍ରିୟ କାନିକା ।