ସାଧା ବେସର – Veg Besar
ପ୍ରସ୍ତୁତି
ସାମଗ୍ରୀ-
ମାଟି
ଆଳୁ, ପୋଟଳ, କଖାରୁ, ସାରୁ, ଅମୃତ ଭଣ୍ଡା, କଞ୍ଚା କଦଳୀ
ପ୍ରତ୍ୟକ ୨୫୦ ଗ୍ରାମ, ହଳଦୀ ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁସାରେ, ଗୁଆ ଘିଅ ୨/୩ ଚାମଚ, ପାନମଧୁରୀ,
ସୋରିଷ ଓ ପୋସ୍ତ ୨ ଚାମଚ କରି , ନଡିଆ ୧ଟି ,
ଶୁଖିଲା ଲଙ୍କା ୨/୩ ଟି , ଅଦା ଖଣ୍ଡେ, ଫୁଟଣ
୨ ଚାମଚ, ହେଙ୍ଗୁ ଅଧା ଚାମଚ ।
ପ୍ରଣାଳୀ
–
ଏବେ ଆଞ୍ଚରେ କରେଇ ବସେଇ ଅଳ୍ପ ପାଣି ଦେଇ ପାରିବା କଟା, ଲୁଣ, ହଲିଦି ଗୁଣ୍ଡ, ବଟା ମସଲା, କଟା ଅଦା ପକାଇ ଅଳ୍ପ ସମୟ ଢାଙ୍କି ସିଝାନ୍ତୁ । ଏହାପରେ ଏଥିରେ ନଡିଆ କୋରା, ଭଜା ବଡି ପକାଇ ଆଉ କିଛି ସମୟ ସିଝାନ୍ତୁ । ସିଝି ଆସିଲେ ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରି, ଲଙ୍କା ଓ ଫୁଟଣ ଫୁଟାଇ ଏଥିରେ ହେଙ୍ଗୁ ପକାଇ ଗରମ ଗରମ ଅବସ୍ଥାରେ ତରକାରୀରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦ ପାରିବା ବେସର ।