ବେସର ବଡି - Besar Badi
ସାମଗ୍ରୀ:-
୧୦-୧୫ଟି ବିରି ବଡି , ୪ଟି ଟମାଟୋ, ୨-୪ଟି କଞ୍ଛା ଲଙ୍କା (ଛୋଟ ଛୋଟ କରି
କଟା ), ୧ ଚାମଚ
ପାଞ୍ଚ ଫୁଟଣ , ୪-୫
ଚାମଚ , ୧ ଚାମଚ ବଟା ପିଆଜ , ହଳଦୀ ଗୁଣ୍ଡ , ତେଲ , କିଛି ଧଣିଆ ପତ୍ର ଓ ଲୁଣ ସ୍ଵାଦ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କରେଇ ଗରମ କରି ସେଥିରେ ତେଲଦେଇ ବଡି ପକାଇ କମ ଆଞ୍ଚରେ ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜି
ରଖନ୍ତୁ । ଗରମ ଏହାପରେ କରେଇ ଗରମ କରି ଟମାଟୋ , ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଅଳ୍ପ ପାଣି ଦେଇ
ବସାଇ ଦିଅନ୍ତୁ । ୨-୩ ମିନିଟ ଫୁଟି ଗଳାପରେ ଏଥିରେ ସୁରିଷ ତେଲ , ବଟା ପିଆଜ ପକାଇ ୬-୭ ମିନିଟ ରୋଷେଇ କରନ୍ତୁ । ଏବେ ଏଥିରେ ଭଜା ହୋଇ ଥିବା ବଡି ପକାଇ ୧/୨ କପ ପାଣି
ଦେଇ ୨-୩ ମିନିଟ କମ ଆଞ୍ଚରେ ବସାଇ ରଖନ୍ତୁ । ଅନ୍ୟ ଏକ କରେଇରେ / ପ୍ୟାନରେ ତେଲ ଗରମ
କରି ପାଞ୍ଚ ଫୁଟଣ ଫୁଟାଇ ସାରି ଏଥିରେ କଟା କଞ୍ଚା ଲଙ୍କା ପକାନ୍ତୁ । ଏହାକୁ
ଭଲଭାବେ ଗୋଳାନ୍ତୁ ଓ ଭାଜନ୍ତୁ । ଏହାକୁ ବଡି କରେଇରେ ମିଶାନ୍ତୁ ଓ ଭଲଭାବେ ଗୋଳାଇ କଟା ଧନିଆ ପତ୍ର ପକାଇ ପରସନ୍ତୁ । ଏହିପରି ଅନ୍ୟ ବଡିକୁ ମଧ୍ୟ ନେଇ
ବ୍ୟଞ୍ଜନ କରି ପାରିବେ । ଏହା ଅତି ସହଜ , ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ।