ନଡିଆ କାକରା- COCONUT KAAKARAA
ପ୍ରସ୍ତୁତି ସାମଗ୍ରୀ –
ମଇଦା ୨୫୦ ଗ୍ରାମ , ନଡିଆ ୧ ଟି (କୋରା ହୋଇଥିବ ), ଲୁଣ ସ୍ଵାଦ ଅନୁସାରେ , ରିଫାଇନ ତେଲ ଛାଣିବା ପାଇଁ , ଗୁଡ ୨୦୦ ଗ୍ରାମ , ଗୁଜରାତି ୩ ଟି, ଗୋଲମରିଚ ୬ /୭ ଟି ।
ପ୍ରଣାଳୀ -
ପ୍ରଥମେ ନଡିଆ କୋରା , ଗୋଲମରିଚ ଓ ଗୁଜରାତି ଗୁଣ୍ଡ ମିଶାଇ ଭାଜି
କରି ରଖନ୍ତୁ । କରେଇରେ ପାଣି ନେଇ ଅଳ୍ପ ଲୁଣ ପକାଇ ମଇଦା ପକାଇ ଖଳି କରି ରଖନ୍ତୁ । ପ୍ରଥମେ ମଇଦା
ଖଳି ଥଣ୍ଡା କରି ଚକଟି ନିଅନ୍ତୁ । ଏବେ ଏହାକୁ ପିଠା ପରି କରି ନଡିଆ ପୁର ଦେଇ
ପିଠାକୁ ରେଫାଇନ ତେଲରେ ଛାଣି ଦିଅନ୍ତୁ । ଅନ୍ୟ ଏକ କରେଇରେ ଗୁଡ ସିରା କରି ଗରମ ସିରାରେ କିଛି ସମୟ ପକାଇ ରଖନ୍ତୁ । ଏହା ବହୁତ ନରମ ହୋଇଯାଏ । ଏହା ଅଟାରେ ମଧ୍ୟ
କରି ପାରନ୍ତି ।
ଏହା ପିଲାଠାରୁ ବୃଦ୍ଧଲୋକ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଭଲ ପାଆନ୍ତି ।