* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Fruit Recipes. Show all posts
Showing posts with label Fruit Recipes. Show all posts

Dec 16, 2019

ଡାଳିମ୍ବ ସରବତ – Pomegranate Sarbat


ଡାଳିମ୍ବ ସରବତ – Pomegranate Sarbat
ପ୍ରସ୍ତୁତି ସାମଗ୍ରୀ-

୫୦୦ ଗ୍ରାମ ଡାଳିମ୍ବ (red Pomegranate ), ୫୦୦ ଗ୍ରାମ ଚିନି, ୨୫୦ ଗ୍ରାମ ପାଣି , ବରଫ ଅଳ୍ପ , କଳା ଲୁଣ, ପୁଦିନା ପତ୍ର  

ପ୍ରଣାଳୀ                                   
         
ଡାଳିମ୍ବ ସରବତ – Pomegranate Sarbat ଯେପରି ସହଜ ସେପରି ଏକ recipe ନ ହେଲେ ବି cooking India ରେ ସାମିଲ କରିପାରିବା ।  ଏହା  ପିଲା ଠାରୁ ବୟସ୍କ ସମସ୍ତଙ୍କର ଅତି ପ୍ରିୟ ଓ ଦେହ ପାଇଁ ହିତକର ମଧ୍ୟ । Odia recipe ଡାଳିମ୍ବ ସରବତ ପାଇଁ ପ୍ରଥମେ ଡାଳିମ୍ବ ଛଡାଇ ରସ ବାହାର କରି ରଖନ୍ତୁ ।   ପାଣି ଓ ଚିନି ନେଇ ଗରମ କରନ୍ତୁ ।  ଏହା ଥଣ୍ଡା ହେଲାପରେ ଡାଳିମ୍ବ ରସ ମିଶାଇ juice ଗ୍ଲାସ ରେ ରଖି ଅଳ୍ପ ଗୁଣ୍ଡ ବରଫ, ପୁଦିନା ପତ୍ର  ଓ କଳା ଲୁଣ ଦେଇ ପରସନ୍ତୁ ସମସ୍ତଙ୍କ ପ୍ରିୟ ଡାଳିମ୍ବ ସରବତ ।

Nov 10, 2016

କଇଥ ଜେଲି – Wood Apple Jelly

କଇଥ ଜେଲି – Wood Apple Jelly
ପ୍ରସ୍ତୁତି  ସାମଗ୍ରୀ – 

କଇଥ ୨ କି. ଗ୍ରା., ଚିନି ୧ କି. ଗ୍ରା., ସାଇଟ୍ରିକ ଏସିଡ ୧୦ ଗ୍ରାମ 
 


ପ୍ରଣାଳୀ –


ପ୍ରଥମେ କଇଥରୁ ଟାଣୁଆ ଖୋଳପା ଭାଙ୍ଗି ଭିତରେ ଥିବା ସମସ୍ତ ଶସ ବାହାର କରି ରଖନ୍ତୁ ଏଥିରେ ସମାନ ପରିମାଣରେ ପାଣି ମିଶାଇ ସିଝାନ୍ତୁ ଏଥିରୁ ଛାଣି ରସ ବାହାର କରି ଚିନି ମିଶାନ୍ତୁ ଚିନି ଭଲ ଭାବେ ମିଶାଇ ଏହାକୁ ଫୁଟାଇ ରାନ୍ଧନ୍ତୁ ମଝିରେ  ମଝିରେ ଘାଣ୍ଟନ୍ତୁ  ମିଶ୍ରଣଟି ହଲକା ବହଳିଆ ହୋଇଗଲେ ରନ୍ଧା ବନ୍ଦ କରନ୍ତୁ ଏଥିରେ ଆବଶ୍ୟକ ପରିମାଣରେ ସାଇଟ୍ରିକ ଏସିଡ ମିଶାନ୍ତୁ ଏହାପରେ ଜେଲି ଥଣ୍ଡା ହେଲା ପରେ  ବିଶୋଧିତ ବୋତଲରେ ପବନ ନ ପଶିବା ଭଳି ଠିପି ଲଗାଇ ଶୀତଳ ଓ ଶୁଷ୍କ ଜାଗାରେ ରଖନ୍ତୁ  

Sep 10, 2016

ମିଠା ଅଁଳା ଆଚାର- SWEET AMLA PICKLE

ମିଠା ଅଁଳା ଆଚାର- SWEET AMLA PICKLE

ପ୍ରସ୍ତୁତି  ସାମଗ୍ରୀ – 

ଅଁଳା ୧ କି.ଗ୍ରା., ଚିନି ୧ କି.ଗ୍ରା., ଖାଇବା ଚୂନ ୧/୨ ଚାମଚ, ପିଜୁଳି ପତ୍ର ୫ଟି , ଗୁଜରାତି ୧୦ ଟି , ଜୁଆଣୀ ୧ ଚାମଚ  ଓ ଜିରା ୨  ଚାମଚ

ପ୍ରଣାଳୀ  -


ପ୍ରଥମେ ଅଁଳାରୁ ମଞ୍ଜି ବାହାର କରି ରଖନ୍ତୁ ଏକ ପାତ୍ରରେ ଚୂନ ନେଇ ପାଣିରେ ଭଲଭାବେ ଗୋଳେଇ ସେଥିରେ ଅଁଳାକୁ ପକାଇ ଗୋଟେ ରାତି ରଖି ଦିଅନ୍ତୁ ଚୂନ ପାଣିରୁ ଛାଣି ପିଜୁଳି ପତ୍ର ପକାଇ ଅଁଳାକୁ କରେଇରେ ପାଣି ଦେଇ ଅଳ୍ପ ସିଝାଇ ରଖନ୍ତୁ ଅଁଳାକୁ କରେଇରୁ ଛାଣି ରଖନ୍ତୁ ଅଁଳା ଶୁଖି ଗଲେ ଏଥିରେ ଚିନି ଦେଇ କରେଇରେ ଭଲଭାବେ ଫୁଟାନ୍ତୁ ଚିନି ରସ ମୋଟା ହୋଇ ଆସିଲେ ଜିରା ଓ ଜୁଆଣୀ ଗୁଣ୍ଡ ପକାଇ କିଛି ସମୟ ଭଲ ଭାବେ ଗୋଳାନ୍ତୁ ଏହାପରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଆଞ୍ଚ ବନ୍ଦ କରନ୍ତୁ ଥଣ୍ଡା ହେଲାପରେ ବୋତଲରେ ରଖନ୍ତୁ ଅଁଳା ଆଚାର ଯେମିତି ସ୍ଵାଦିଷ୍ଟ ସେମିତି ହଜମ ଓ ଆଖି  ପାଇଁ  ବହୁତ ଉପକାରୀ । 

Aug 1, 2015

ଅଁଳା ଆଚାର –AMLA PICKLE

ଅଁଳା  ଆଚାର –AMLA PICKLE
ପ୍ରସ୍ତୁତି  ସାମଗ୍ରୀ -  ଅଁଳା - ½ କିଲୋ  , କାଗିଜିଲେମ୍ବୁ  ୩  ଟି , ଗୋଲମରିଚ  ଗୁଣ୍ଡ  ୧  ଟେବୁଲ  ଚାମଚ ,  ଲୁଣ  ଓ  ବିଟଲୁଣ   ପରିମାଣ  ଅନୁଯାଇ 


  ପ୍ରଣାଳୀ  - ଅଁଳାକୁ  କାଟି  ମଞ୍ଜି  ବାହାର  କରି  ନେଇ  ଖରାରେ  ଶୁଖାନ୍ତୁ  ଏହା  ଶୁଖି  ଖଡ ଖଡ   ହୋଇଗଲେ  ଏହାକୁ   ଛେଚାରେ  କୁଟି  ଭଲଭାବରେ  ଗୁଣ୍ଡ  କରିନିଅନ୍ତୁ  ଅଁଳାଚୁରା ,  ବିଟ ଲୁଣ  , ଗୋଲମରିଚଗୁଣ୍ଡ  ଓ  ଲେମ୍ବୁ  ରସ   ମିଶାଇ  ଖରାରେ  ଶୁଖାଇବେ   ଏହାପୁରା  ଶୁଖିଗଲେ  ଏହାକୁ  ପୁଣି  ଥରେ   ଛେଚାରେ  କୁଟି    କାଚ  ବୋତଲରେ  ରଖିବେ   ଦିନରେ  ଏହାକୁ  ୧  ଚାମଚ  ଖାଇଲେ  ଏହା  ହଜମ  ଶକ୍ତି  ବଢାଇ  ଥାଏ  । 

Jun 2, 2014

କମଳା ଚୋପା ଆଚାର - Lemon Skin Pickle

କମଳା  ଚୋପା ଆଚାର - Lemon Skin Pickle

କମଳା  ଚୋପା ଆଚାର


କମଳା ଚୋପାକୁ     ଲୁଣ  ପାଣିରେ   ପକାଇ  ଏହାକୁ  ଛାଣି   ଖରାରେ ପକାଅ   |   ଏହା   ଶୁଖି  ହାତରେ ଗୁଣ୍ଡକଲା ପରି ହେଲେ ରଖ | ମେଥି ,  ଜୁଆଣିକୁ   ଭାଜି   ଗୁଣ୍ଡ   କରି  ନିଅ  |

କଡ଼ାଇରେ   ତେଲକୁ   ଫୁଟାଇ  ଶୁଖିଲା  କମଳା ଚୋପାକୁ   ପକାଇ  କଡ଼ାଇ ଓହ୍ଲାଇନେବ  |   ଏହାକୁ   ଥଣ୍ଡାକରି   ଗୋଟିଏ  କାଚ  ବମରେ  ରଖିବ  |  ଏଥିରେ  ଲଙ୍କାଗୁଣ୍ଡ  , ମେଥି , ଜୁଆଣି   ଗୁଣ୍ଡ    ଚିନି  ମିଶାଇ   ଭଲଭାବେ  ବମର   ମୁଖକୁ   ବାନ୍ଧି   ଖରାରେ   ଆOଦିନ  ଦେଇ  ଖାଇବାକୁ  ଦେବ   |