ଖଜୁରୀ  ପାଉଁରୁଟି  - DATES BREAD
ସାମଗ୍ରୀ:-
ଖଜୁରୀ କୋଳି-୧୦୦ ଗ୍ରାମ , ଚିନି -୫୦ ଗ୍ରାମ , ବେକିଂ ପାଉଡର – ୧ ଚାମଚ , ମଇଦା -୨୦୦ ଗ୍ରାମ , ରିଫାଇନ ତେଲ -୫୦ ଗ୍ରାମ , ଚିନାବାଦାମ  ମଞ୍ଜି -୫୦ ଗ୍ରାମ । 
ପ୍ରସ୍ତୁତି  ପ୍ରଣାଳୀ:
ଖଜୁରୀ କୋଳିକୁ ୧ ଘଣ୍ଟା ପାଣିରେ ଭିଜାଇ
ରଖ । ଚିନାବାଦାମକୁ ଶୁଖିଲା କରେଇରେ ଭାଜି ଲାଲ
ହୋଇଗଲେ ଚୋପା ଛଡାଇ ଧଳା ମଞ୍ଜି ବାହାର କରି ରଖନ୍ତୁ । ମଇଦା ଓ ବେକିଂ
ପାଉଡର ମିଶାଇ ଭଲଭାବେ ଗୋଳାଇ ରଖନ୍ତୁ । ଖଜୁରିକୋଳି ଚକଟି ମଞ୍ଜି ବାହାର କରି ରଖନ୍ତୁ
। ଏହାପରେ ମଇଦା
, ଚିନି , ତେଲ , କୋଳି ଭଜା , ଆବଶ୍ୟକ ହେଲେ ଅଳ୍ପ ପାଣି ଦେଇ  ଭଲଭାବେ  ଗୋଳାଇ
ଦିଅନ୍ତୁ । ଓଭନ ପାତ୍ରରେ ତେଲମାରି ଗରମ ହେଲାପରେ ଏହାକୁ
ଅଧାଘଣ୍ଟା ବେକିଂ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ  ଖଜୁରୀ  ପାଉଁରୁଟି
।  ଥଣ୍ଡା  କରି
କାଟି ଖାଆନ୍ତୁ ଓ ଖୁଆନ୍ତୁ । ଏହା ବହୁତ ସ୍ଵାଦଯୁକ୍ତ ଓ ଶକ୍ତି ଦାୟାକ
ମଧ୍ୟ ।   
