ଛତୁ ସାଣ୍ଡଉଇଚ- Mushroom Sandwich
ପ୍ରସ୍ତୁତି ସାମଗ୍ରୀ –
୫ ଖଣ୍ଡ ବ୍ରେଡ , ୩ଟି ସିଝା ଆଳୁ , ୧ କପ କଟା ଛତୁ , ୨ ଚାମଚ ଅଦା –ପିଆଜ –ରସୁଣ ବଟା , ୨ଟି ବିଲାତି ବାଇଗଣ , ୧ଟି କଟା ପିଆଜ, ୧/୨ ଚାମଚ ଗରମ ମସଲା ଗୁଣ୍ଡ , ୧ ଚାମଚ ଲଙ୍କା ଗୁଣ୍ଡ , ଅଳ୍ପ କଅଁଳିଆ ବନ୍ଧା କୋବି ପତ୍ର , ଆବଶ୍ୟକ ଅନୁସାରେ ତେଲ ଓ ଲୁଣ ।
ପ୍ରଣାଳୀ –
ପ୍ରଥମେ ଛତୁକୁ ଅଳ୍ପ ଉଷୁମ ପାଣିରେ ବୁଡାଇ
ଉଠାଇ ରଖନ୍ତୁ । କରେଇ ଗରମ କରି ସେଥିରେ ତେଲ ଦେଇ ଅଦା , ରସୁଣ ଓ ପିଆଜ ବଟା ପକାଇ କିଛି ସମୟ କଷନ୍ତୁ
। ସିଝା ଆଳୁରେ ଲୁଣ ଦେଇ ଚକଟି ସେହି ମସଲା କଷାରେ
ମିଶାଇ ଦିଅନ୍ତୁ । ଏହାପରେ ବ୍ରେଡ ଖଣ୍ଡକୁ ତିନି କୋଣିଆ କାଟି ତେଲ ବା ଘିଅ ଦେଇ ଭାଜି ରଖନ୍ତୁ । ସେହି ଭଜା ବ୍ରେଡ ଉପରେ ଆଳୁ କଷା , କଟା ପିଆଜ , କଟା ଛତୁ ରଖି ତାୱାରେ କିଛି ସମୟ ପାଇଁ ଗରମ କରନ୍ତୁ । ଏହାପରେ ଏଥି ସହିତ କଟା
କାକୁଡି , କଟା ପିଆଜ ଓ
କଟା କଟା ବିଲାତି ସହ ସଜାଇ ପରସନ୍ତୁ । ଏହା ଗରମ ଗରମ ଖାଇଲେ ମସ୍ତ ଲାଗିବା । ଘର ତିଆରି ଛତୁ ସାଣ୍ଡଉଇଚର ସ୍ଵାଦ ନିଆରା ।