ମକା ଚକୁଳି – Corn Pitha
ପ୍ରସ୍ତୁତି ସାମଗ୍ରୀ :
ମକା 4 ଟି , କଞ୍ଚା
ଲଙ୍କା 2 ଟି , ଲେମ୍ବୁ ୧/୨ ଫାଳ , ଲୁଣ ଓ ତେଲ
ସ୍ଵାଦ ଅନୁସାରେ ।
ପ୍ରଣାଳୀ :
ମକା ଚକୁଳି ତିଆରି କରିବା ଯେତେ
ସହଜ ସେତେ ସ୍ଵାଦିଷ୍ଟ ମଧ୍ୟ । ପ୍ରଥମେ ମକାକୁ ଛଡାଇ ସେଥିରେ କଞ୍ଚା ଲଙ୍କା ୨ ଟି ବା ସ୍ଵାଦ ଅନୁସାରେ
ଦେଇ ଏହାକୁ ଭଲଭାବେ ଚିକ୍କଣ କରି ବାଟି ଦିଅନ୍ତୁ କିମ୍ବା ଗ୍ରାଇଣ୍ଡିଙ୍ଗ କରି ରଖନ୍ତୁ । ଏହାପରେ
ଏଥିରେ ଲେମ୍ବୁ ରସ ମିଶାଇ ୧ -୨ ଘଣ୍ଟା ରଖି ଦିଅନ୍ତୁ
।
ଏହାପରେ ତାୱାରେ ତେଲ ଘଷି ଗରମ କରି ପତଳା ପତଳା କରି ଚକୁଳି ପିଠା କରନ୍ତୁ । ଉପରେ ତେଲ ଦେଇ ମସମସ
କରି ସ୍ଵାଦିଷ୍ଟ ମକା ପିଠା ଗରମ ଗରମ ପରଶନ୍ତୁ ।