ଛତୁ ପରଟା – Mushroom Paratha
ଆବଶ୍ୟକ ସାମଗ୍ରୀ:
୧ କପ ଚୂନା ଚୂନା କଟା ଛତୁ , ୧ କପ ମଇଦା , ୧ କପ ଅଟା , ୨ ଟି ସିଝା ଆଳୁ , ଅଧା କପ କଟା ପିଆଜ, ଅଧା ଚାମଚ କଟା ଲଙ୍କା , ୨ ଚାମଚ ଅଦା ରସୁଣ ବଟା, ୧ ଚାମଚ ଗରମ ମସଲା ଗୁଣ୍ଡ , କଟା ଧନିଆ ପତ୍ର ଅଳ୍ପ , ଅଳ୍ପ ରିଫାଇନ ତେଲ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ମଇଦା ଓ ଅଟାକୁ ଏକାଠି ଅଳ୍ପ ଲୁଣ ଓ ପାଣି ଦେଇ ଭଲ ଭାବେ
ଚକଟି ୧ ଘଣ୍ଟା ରଖି ଦିଅନ୍ତୁ । ଏବେ ସିଝା ଆଳୁ , ମସଲା ଓ ଛତୁ କଟା ପକାଇ ଛୋଟ ଛୋଟ ଗୁଳା କରି ରଖନ୍ତୁ । ଏବେ ଛୋଟ ଗୋଳାକୁ ଅଟା ଗୁଳା ମଝିରେ ରଖି ପରଟା ଭଳି ବେଲନ୍ତୁ । ଏହି
ପରଟାକୁ ତେଲ ପକାଇ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଛତୁ ପରଟା ।
ଏହାକୁ ବିନା
ପିଆଜ ରସୁଣରେ ମଧ୍ୟ କରି ପାରିବେ । ଏହାକୁ ଟମାଟୋ ସସ କିମ୍ବା ଚଟଣି ସହ ଗରମ ଗରମ ଖାଇଲେ ଭଲ ଲାଗେ ।