କାନିକା ମିଠା ପଲାଉ– Kaanikaa-Sweet Rice
ଆବଶ୍ୟକ ସାମଗ୍ରୀ:
ଭଲ ବାସ୍ନା ଅରୁଆ ଚାଉଳ ୪ କପ, ଗୁଆ ଘିଅ ୮ ଚାମଚ , କାଜୁ ୪୦-୫୦ ଟି , ପାନମଧୁରୀ ୨ ଚାମଚ , ଡାଲଚିନି ୩-୪ ଖଣ୍ଡ , ଚିନି ୧ କପ , ଗୁଜରାତି ୮ ଟି ,
କିସମିସ ୪୦ ଟି , ଲବଙ୍ଗ ୧୦-୧୨ ଟି, ତେଜ ପତ୍ର ୩-୪ ଟି , ହଳଦୀ ଗୁଣ୍ଡ ଓ ଲୁଣ ସ୍ଵାଦ ଅନୁସାରେ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ପ୍ରେସର କୁକରରେ ଅଳ୍ପ ଘିଅ ଦେଇ କାଜୁକୁ ଭାଜି ରଖନ୍ତୁ । ଏବେ ଘିଅ ଦେଇ ଅରୁଆ
ଚାଉଳକୁ ପାନମଧୁରୀ , ତେଜ ପତ୍ର , ଲୁଣ , ହଳଦୀ , ଅଧା ଗରମ ମସଲା ଡ଼ିଇଆଇ ଭାଜନ୍ତୁ । ଏଥିରେ ଏବେ ୮ କପ ପାଣି ଦେଇ ଭଲ ଭାବେ
ଗୋଳାଇ ପ୍ରେସର ଦିଅନ୍ତୁ ।
ଅଧାରୁ ପ୍ରେସର ଖୋଲି ସେଥିରେ କାଜୁ , କିସମିସ
ଓ ଚିନି ଦେଇ ଗୋଳାଇ ଦିଅନ୍ତୁ । ୪-୫ ମିନିଟ ପରେ
ଏଥିରେ ମସଲା ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଏବେ ଘିଅ ପକାଇ ଭଲ ଭାବେ ଗୋଳାଇ ଆଞ୍ଚ ବନ୍ଦ କରି ଦିଅନ୍ତୁ
।
ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ କାନିକା ।