ଲାଉ ଦହି କୋରମା – BOTTLE GUARD KORMA CURRY
ସାମଗ୍ରୀ :
୫୦୦ ଗ୍ରାମର ଲାଉ , ୫୦ ଗ୍ରାମର
ବେସନ , ୨ ଟି
ଛୋଟଛୋଟ କଟା ପିଆଜ , ଫାଳେ
କୋରା ନଡିଆ ,୬/୭ କୋଲା
ରସୁଣ , ୧ ଚାମଚ ଜିରା ,
୩/୪ଟା କଞ୍ଚାଲଙ୍କା ,
୧ କପ ଦହି ,
୧ଟା ଟମାଟୋ ,
ଅଳ୍ପ କଟା
ଧନିଆ ପତ୍ର ,
୧ ଚାମଚ ଡାଲଚିନି
ଗୁଣ୍ଡ , ଚିମୁଟାଏ
ଗୁଜୁରାତି ଗୁଣ୍ଡ , ତେଲ
ଓ ଲୁଣ ସ୍ଵାଦାନୁସାରେ
।
ପ୍ରଣାଳୀ :
ଲାଉର ଚୋପା
ଛଡାଇ କୋରି ନିଅନ୍ତୁ
। ବେସନରେ
କୋରା ଲାଉ ,
ଲୁଣ ଓ
ଅଧା କଟା ପିଆଜ
ପକାଇ ଭଲ ଭାବେ
ମିଶାଇ ଦିଅନ୍ତୁ । ଏହି
ମିଶ୍ରଣକୁ ନେଇ ତେଲ
କଡେଇରେ ଛୋଟଛୋଟ ବଲ
ପ୍ରସ୍ତୁତ କରନ୍ତୁ । ଏବେ କୋରା ନଡିଆ ,
ଜିରା, ରସୁଣ ଓ କଞ୍ଚାଲଙ୍କା
ଏକାଠି ମିଶାଇ ପେଶି
ଦିଅନ୍ତୁ । ଏକ ପ୍ୟାନରେ
ତେଲ ଗରମ କରି
ବାକିଥିବା ପିଆଜକୁ ଭାଜି
ପରେ ଟମାଟୋ ପକାଇ
ଅଳ୍ପ ସମୟ ଭଜିବା
ପରେ ପେଶା ହୋଇଥିବା
ମସଲା ମଧ୍ୟ ପକାନ୍ତୁ
। ଏବେ
ଏଥିରେ ଦହି ,
ଲୁଣ, ପାଣି ଓ
ଛଣା ହୋଇଥିବା ବଲକୁ
ଏକାଠି ପକାନ୍ତୁ । ଲାଉ
ଦହି କୋରମା ପ୍ରସ୍ତୁତ
। ଏବେ
ଏହା ଉପରେ କଟା
ଧନିଆ , ଡାଲଚିନି ଗୁଣ୍ଡ ,
ଗୁଜୁରାତି ଗୁଣ୍ଡ ଓ
ଗୁଣ୍ଡ ସେଓ ପକାଇ
ସଜାଇ ଦିଅନ୍ତୁ ।