ନଡିଆ ଗଇଁଠା Coconut Gaintha
ଆବଶ୍ୟକ  ସାମଗ୍ରୀ :   
ଅଧଲିଟର  କ୍ଷୀର , ୧୦୦ ଗ୍ରା .  ଚିନି , ୩ ଟି  ଗୁଜୁରାତି , ୧  ଫାଳ  କୋରାନଡିଆ , ୧  ଫାଳ  ଛୋଟଛୋଟ  ଖଣ୍ଡରେ   କଟା  ନଡିଆ , ୨୫୦ ଗ୍ରା .  ଅରୁଆ  ଚାଉଳ   ଚୂନା  ଓ  ଆବଶ୍ୟକ  ଅନୁଯାୟୀ  ଲୁଣ   |  
ପ୍ରସ୍ତୁତ  ପ୍ରଣାଳୀ  :   
ପ୍ରଥମେ     କଡେଇରେ  କ୍ଷୀର , ଚିନି ,  ଲୁଣ ,  କୋରାନଡିଆ ,  ଖଣ୍ଡନଡିଆ ,  ଗୁଜୁରାତି  ଗୁଣ୍ଡ  ପକାଇ  ଫୁଟାନ୍ତୁ  |  କ୍ଷୀର  ଫୁଟି  ଆସିଲେ   ଚାଉଳ  ଚୂନା  ପକାଇ  ଜନ୍ତି  ଦିଅନ୍ତୁ  | ଏହାକୁ  ଗୋଟିଏ  ପାତ୍ରକୁ  କାଢି  ଥଣ୍ଡାକରି   ଚକଟି  ରଖନ୍ତୁ  | ଖଳି  ଯନ୍ତାକୁ  ଗଇଁଠା   ଆକାରରେ  ଗଢି  ହାଣ୍ଡିରେ  ସିଝାନ୍ତୁ  | ପ୍ରସ୍ତୁତ  ହୋଇଗଲା  ନଡିଆ  ଗଇଁଠା   | ଥଣ୍ଡା  ହୋଇଗଲା  ପରେ  ହାଣ୍ଡିରୁ  ବାହାର  କରି   ଖାଇବାକୁ     ଦିଅନ୍ତୁ   |
