କମଳା ରସ କେକ – Orange Cake
ଆବଶ୍ୟକ ସାମଗ୍ରୀ:
ମଇଦା ୩୦୦ ଗ୍ରାମ , ଲହୁଣୀ ୫୦ ଗ୍ରାମ, ବେକିଂ ପାଉଡର ୨ ଚାମଚ, ଚିନି ଗୁଣ୍ଡ ୧୫୦ ଗ୍ରାମ, କମଳା ଲେମ୍ବୁ ରସ ଦେଢ କପ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ମଇଦାକୁ ବେକିଂ ପାଉଡର
ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ । କମଳା ଲେମ୍ବୁରୁ ରସ କାଢି ଛଣି ରଖନ୍ତୁ । ଏବେ ଚିନି , ଲହୁଣୀ ଓ କମଳା ରସ କୁ ମିଶାଇ
ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ମଇଦା ମିଶ୍ରଣକୁ ଫେଣ୍ଟି ଦିଅନ୍ତୁ । ଏହାପରେ ବେକିଂ ଡିସରେ ଘିଅ ମାରି ଏହି ମିଶ୍ରଣକୁ ୩୦ ମିନିଟ ପର୍ଯ୍ୟନ୍ତ
ବେକ କରି ଦିଅନ୍ତୁ ।
ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ଓ କମଳା ବାସ୍ନା ଭରା ମନଲୋଭା
ଅରେଞ୍ଚ କେକ ବା କମଳା ରସ ଭରା କେକ । ଏହା ନିଜେ ଖାଆନ୍ତୁ ଓ ଘରର ସମସ୍ତଙ୍କୁ ଖୁଆନ୍ତୁ । କ୍ରୀମରେ ସଜାଇ ଜନ୍ମଦିନ ପାର୍ଟିରେ ମଧ୍ୟ ଘରେ ବ୍ୟବହାର
କରି ପାରିବେ ।