ପ୍ୟାନ କେକ – Roasted Pancake
ପ୍ରସ୍ତୁତି
ସାମଗ୍ରୀ-
ଚାଉଳ ୨କପ, ଗୋଟା ବିରି ୧ କପ, ଚିନି ଗୁଣ୍ଡ ୧/୨ କପ , କିସମିସ ଓ ଭଜା ଚିନାବାଦାମ ୧/୪ କପ, ଗୁଜରାତି ୨ଟି, ନଡିଆ କୋରା ବା ଛୋଟ ଛୋଟ କଟା ୧/୨ କପ, ଘିଅ ୪ ଚାମଚ, ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ
–
ପ୍ରଥମେ
୨କପ ଚାଉଳ ଓ ୧ କପ ବିରି ନେଇ ପାଣିରେ ବତୁରାଇ ୪/୫
ଘଣ୍ଟା ରଖନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡରରେ ଭଲକରି ଗ୍ରାଇଣ୍ଡ କରି ଅଳ୍ପ ପାଣି ଦେଇ ଗୋଳାଇ ଅତି କମରେ
୨ ଘଣ୍ଟା ରଖି ଦିଅନ୍ତୁ । ଏବେ ଏଥିରେ ଚିନି ଗୁଣ୍ଡ, କିସମିସ, ବାଦାମ , ନଡିଆ
ଓ ଆବଶ୍ୟକ ଲୁଣ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ଏବେ ପ୍ୟାନରେ ଘିଅ ୨ ଚାମଚ ପକାଇ ପ୍ୟାନରେ ଖେଳେଇ ପିଠଉ ଦେଇ ଉପରେ ୨ ଚାମଚ ଘିଅ ଦେଇ ମଧ୍ୟମ ଆଞ୍ଚରେ ବସାଇ
ଢାଙ୍କି ଦିଅନ୍ତୁ ଓ ପରେ ଓଲଟାଇ ବାଦାମି ରଙ୍ଗ ହେଲେ ବାହାର କରି ରଖନ୍ତୁ । ଥଣ୍ଡା କରି
ଛୋଟ ଛୋଟ ଖଣ୍ଡ କରି ପରସନ୍ତୁ ।