ଆମ୍ବ ଖଜୁରୀ ଚଟଣି ଆଚାର – Mango Dates Chatni
ପ୍ରସ୍ତୁତି
ସାମଗ୍ରୀ-
ଆମ୍ବ ୧
କିଲୋ, ଖଜୁରୀ ୨୫୦ ଗ୍ରାମ, ଚିନି
୧ କିଲୋ, କିସମିସ ୧୦୦ ଗ୍ରାମ, ଅଦା ୫ ଗ୍ରାମ, ଲଙ୍କା ଗୁଣ୍ଡ ୧ ଚାମଚ, ରସୁଣ ୧ଟି, ଭିନେଗାର ୧ କପ, ଆବଶ୍ୟକ ଲୁଣ ।
ପ୍ରଣାଳୀ
–
ପ୍ରଥମେ
କଞ୍ଚା ଆମ୍ବକୁ ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କରି ବାଟି ରଖନ୍ତୁ ।
ଆମ୍ବକୁ ୨-୩ ମିନିଟ ଗରମ ପାଣିରେ ଫୁଟାଇ ଛାଣି ନିଅନ୍ତୁ
ଓ ଆମ୍ବ ଖଣ୍ଡକୁ ଦିନସାରା ଖରାରେ ଶୁଖାଇ ନିଅନ୍ତୁ । ସନ୍ଧ୍ୟାରେ
ଖଜୁରୀ ଓ କିସମିସକୁ ବାଟି ରଖନ୍ତୁ । ଅଦା ଓ ରସୁଣକୁ ବାଟି ରଖନ୍ତୁ । ଏବେ କରେଇରେ ଆମ୍ବ ନେଇ ସେଥିରେ ଚିନି, ଅଦା, ରସୁଣ ବଟା ପକାଇ କିଛି ସମୟ ଏପଟ ସେପଟ କରନ୍ତୁ
। ଆମ୍ବ ସିଝିଗଲେ ସେଥିରେ କିସମିସ ଖଜୁରୀ ବଟା ଓ ଭିନେଗାର
ଦିଅନ୍ତୁ । ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ ଯେପରି ତଳ ଲାଗି ନ ଯାଏ । ଏହାକୁ
ଅଳ୍ପ ଆଞ୍ଚ ରେ ବସାଇ ଲାଲ ହେବା ପର୍ଯ୍ୟନ୍ତ ଓ ପାଣି ମାରି ଥଣ୍ଡା କରି ବୋତଲରେ ରଖନ୍ତୁ । ଏହା ବହୁତ ସୁଆଦିଆ ଓ ଅନେକ ଦିନ
ରଖି ଖାଇ ପାରିବେ ।