କଖାରୁ ସୁପ – Pumpkin Soup
ଆବଶ୍ୟକ
ସାମଗ୍ରୀ:
ପାଚିଲା
ବୋଇତି କଖାରୁ ୧ କି.ଗ୍ରା, ୨୦ ଗ୍ରାମ ଚିନି, ଲୁଣ ତେଲ ସ୍ଵାଦ ଅନୁଯାଇ , ରସୁଣ ବଟା ୨୫ ଗ୍ରାମ , ୧୦ ଗ୍ରାମ ଲହୁଣୀ , ଲଙ୍କା ଗୁଣ୍ଡ ଅଳ୍ପ , ଭଜା କଖାରୁ ମଞ୍ଜି କିଛି , ପୁଦିନା ପତ୍ର କିଛି ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ କଖାରୁକୁ ଚୋପା ଛଡାଇ
ମଞ୍ଜି ବାହାର କରି ଛୋଟ ଛୋଟ କରି କାଟି ଦିଅନ୍ତୁ । ଏଥିରେ ତେଲ ଓ ରସୁଣ ପେଷ୍ଟ ଦେଇ ଭଲ ଭାବରେ ମିଶାନ୍ତୁ ।
ଏବେ ଏଥିରେ କିଛି ଲୁଣ ଓ ଚିନି ଦିଅନ୍ତୁ । ଏବେ ପ୍ୟାନ ଗରମ କରି ଏହି କଖାରୁକୁ ୧୦ ମିନିଟ ପର୍ଯ୍ୟନ୍ତ
ରୋଷେଇ କରନ୍ତୁ । ଏବେ ଏହାକୁ ଥଣ୍ଡା ହେବାକୁ ଛାଡି
ଦିଅନ୍ତୁ । ଥଣ୍ଡା ହେଲା ପରେ ବ୍ଲେଣ୍ଡିଂ କରି ଓ
ଆବଶ୍ୟକ ଅନୁସାରେ ପାଣି ଦେଇ ରଖନ୍ତୁ । ଏହାକୁ ଏକ
ପ୍ୟାନରେ ଅଳ୍ପ ଗରମ କରି ଏଥିରେ ଲହୁଣୀ ଓ ଲଙ୍କା ଗୁଣ୍ଡ ପକାନ୍ତୁ ।
ଏବେ ପ୍ରସ୍ତୁତ ଆପଣଙ୍କ କଖାରୁ ସୁପ । ଗରମ ଗରମ
ସୁପ ବାଢି ଉପରେ କିଛି ଭଜା କଖାରୁ ମଞ୍ଜି ଓ ପୁଦିନା ପତ୍ର ପକାଇ ପରସନ୍ତୁ । ଏହା ଖୁବ ସୁଆଦିଆ ଓ ଶସ୍ତା ମଧ୍ୟ ।