ଆଖୁବଡି – Sugarcane Badi (chunks)
ସାମଗ୍ରୀ :
୧ ଫୁଟ ଲମ୍ବର ଆଖୁ ଖଣ୍ଡେ ,
୨୫୦ ଗ୍ରାମ ଚୋପା ଛଡା ବିରି, ପୋସ୍ତ ଅଳ୍ପ ।
ପ୍ରଣାଳୀ :
ପ୍ରଥମେ ବିରିକୁ ୫/୬ ଘଣ୍ଟା ବତୁରାଇ ଭଲ ଭାବେ ଧୋଇ ଛଣି ରଖନ୍ତୁ ।
ଆଖୁରୁ ଚୋପା ଛଡାଇ ଗୁଆ କାତିରେ ଅତି ଛୋଟ ଛୋଟ
ଖଣ୍ଡ କରି କାଟି ରଖନ୍ତୁ । ଏହାପରେ ମିକ୍ସ ରେ ବିରି ଓ ଆଖୁ ଖଣ୍ଡକୁ ପକାଇ ଭଲ ଭାବରେ
ଚିକ୍କଣ କରି ବାଟି ଦିଅନ୍ତୁ । ଏବେ ଏକ ରୁମାଲ ନେଇ ସେଥିରେ ବୋତାମ ଘର ସିଲେଇ କଲାପରି ୩/୪
ଟି କଣା କରି ରଖନ୍ତୁ । ବିରି କୁ ଭଲ ଭାବେ
ଫେଣେଇ ଦିଅନ୍ତୁ । ଏହାପରେ କୋଲାରେ ବା ଟିଣ ରେ ପୋସ୍ତ ବିଛାଇ ଦିଅନ୍ତୁ । କଣା ହୋଇଥିବା ରୁମାଲକୁ ଓଦା କରି ସେଥିରେ ବିରି ବଟାକୁ ନେଇ ଜିଲିପି କଲା ପରି ବିଛା ଯାଇଥିବା ପୋସ୍ତ ଉପରେ ଗୋଟିଏ
ଗୋଟିଏ ବଡି ପକାନ୍ତୁ । ଏହାକୁ ଖରାରେ ଶୁଖାଇ ଦିଅନ୍ତୁ । ୬/୭ ଘଣ୍ଟା ଭଲ ଖରାରେ ଶୁଖିଲା ପରେ ହାତରେ ଧୀରେ ଧୀରେ
ଓଲଟାଇ ଦିଅନ୍ତୁ । ଏହାପରେ ଗୋଟେ କିମ୍ବା ଦୁଇ ଦିନ ଖରାରେ ଶୁଖାଇ ଚଉଡା ମୁହଁ ଥିବା ପ୍ଲାଷ୍ଟିକ ଡବାରେ ମୁହଁ ବନ୍ଦ କରି
ରଖନ୍ତୁ । ଏହା ଅନେକ ଦିନ ପର୍ଯ୍ୟନ୍ତ ରଖି ପାରିବେ ।
ଏହାକୁ ଖାଇବା ଆଗରୁ ଧୀର ଆଞ୍ଚ ରେ ଘିଅରେ ଭାଜି ଖାଇବାକୁ ଦିଅନ୍ତୁ । ଏହା ଅତି ସ୍ଵାଦିଷ୍ଟ ଓ ମସମସିଆ ।