ଗାଜର ସୁପ୍- Carrot Soup
ପ୍ରସ୍ତୁତି ସାମଗ୍ରୀ –
ଗାଜର ୨୦୦ ଗ୍ରାମ , ପିଆଜ ୧ ଟି , ମୁଗଡାଲି ବଡ
ଚାମଚରେ ୧ ଚାମଚ , ସରକଢା କ୍ଷୀର
୧ କପ୍,
ଗୋଲମରିଚଗୁଣ୍ଡ ଛୋଟ ଚାମଚରେ ୧ ଚାମଚ , ଆବଶ୍ୟକ ଅନୁଯାଇ
ଲୁଣ ।
ପ୍ରଣାଳୀ -
ଗାଜର ଓ ପିଆଜକୁ ବଡ ବଡ
ଖଣ୍ଡ କରି କାଟି
ରଖନ୍ତୁ । ୩ କପ୍ ପାଣି ଓ
ମୁଗଡାଲି ଦେଇ ପ୍ରେସରକୁକରରେ
ରାନ୍ଧି ଦିଅନ୍ତୁ । ସିଝିଗଲେ ମିକସିରେ ପେଷିଦିଅନ୍ତୁ
। କ୍ଷୀରକୁ ଫୁଟାଇ ସୁପରେ
ମିଶାନ୍ତୁ । ଲୁଣ ଓ
ଗୋଲମରିଚଗୁଣ୍ଡ ଦେଇ ୧
ମିନିଟ ଫୁଟେଇ ଦିଅନ୍ତୁ
। ଏବେ ପ୍ରସ୍ତୁତ ହୋଇଗଲା
ଗାଜର ସୁପ୍ । ଏହାକୁ ଗରମ ଗରମ
ପିଇବାକୁ ଦିଅନ୍ତୁ । ଏହା ଦେହ ପକ୍ଷେ
ବହୁତ ଭଲ ।