ବୈଶାଖୀ ସ୍ପେଶଲ ବେଲ ପଣା– BEL PANAA
ପ୍ରସ୍ତୁତି
ସାମଗ୍ରୀ :
ଗୋଟେ ନଡିଆ , ଗୋଟେ ଛୋଟ
କଞ୍ଚା ଆମ୍ବ , କଦଳୀ ୪
ଟି , ବସା ଦହି
୨୦୦ ଗ୍ରାମ , ଗୋଟେ ପାଚିଲା ବେଲ ,୫
ଟି ଗୁଜୁରାତି , ୨ ଚାମୁଚ ଗୋଲମରିଚ , ଚିନି
କିମ୍ବା ଗୁଡ ମିଠା ଅନୁଯାଇ ।
ପ୍ରଣାଳୀ –
ପ୍ରଥମେ
ନଡିଆକୁ କୋରି ରଖିଦିଅନ୍ତୁ । କଞ୍ଚା ଆମ୍ବକୁ ଚୋପା ଛଡାଇ ଛୋଟ ଛୋଟ
କରି କାଟି ରଖନ୍ତୁ । ବେଲକୁ ଫଟେଇ ସେଥିରୁ ସଶ କାଢି ଅଳ୍ପ ପାଣିରେ ଚକଟି ଖଦା ଅଂଶ କାଢି ନିଅନ୍ତୁ । ଏହାପରେ
ଏକ ପାତ୍ରରେ ବସା ଦହି ନେଇ ପାଚିଲା କଦଳୀ , କଟା ଆମ୍ବ, ବେଲ ମିଶ୍ରଣ , ନଡିଆକୋର , ଗୁଡ , ଗୋଲମରିଚ ଗୁଣ୍ଡ , ଗୁଜରାତି ଗୁଣ୍ଡ , ପକାଇ ଭଲଭାବରେ ମିଶାଇ ଦିଅନ୍ତୁ । ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲ ଭାବେ ସରବତ ପରି ଫେଣ୍ଟି
ଦିଅନ୍ତୁ । ଏବେ ଆପଣଙ୍କ ସ୍ଵାଦିଷ୍ଟ ବେଲ ପଣା ପ୍ରସ୍ତୁତ
। ଏହାକୁ ୧ -୨ ଘଣ୍ଟା ଫ୍ରିଜରେ ରଖି ମଧ୍ୟ ପିଇ ବାକୁ ଦିଅନ୍ତୁ ।