ପୁରଦିଆ ଦହିବରା – Masalaful Dahibada
ପ୍ରସ୍ତୁତି
ସାମଗ୍ରୀ-
ବିରି ୨
କପ, ଅଦା ଖଣ୍ଡେ, ଭଜା ଜୀରା
ଗୁଣ୍ଡ ୪ ଚାମଚ,
ଆବଶ୍ୟକ ଅନୁଯାଇ ଲୁଣ, ଛାଣିବା ପାଇଁ ରିଫାଇନ ତେଲ, କଞ୍ଚା ଲଙ୍କା -୭/୮ ଟି, ଦହି ୪ କପ, ନଡିଆକୋରା ୧ କପ , କିସମିସ ୩୦ ଟି ।
ପ୍ରଣାଳୀ
–
ପ୍ରଥମେ
ବିରିକୁ ୪/୫ ଘଣ୍ଟା ଭିଜାଇ ବାଟି ଦେଇ ଭଲ ଭାବରେ ଫେଣ୍ଟା ଫେଣ୍ଟି କରି ରଖନ୍ତୁ । ୪ କପ ଦହିରେ ୪କପ ପାଣି ଦେଇ ଫେଣ୍ଟି ରଖନ୍ତୁ । ଅଦା, କଞ୍ଚା ଲଙ୍କାକୁ
ଚୂନା ଚୂନା କରି କାଟି ରଖନ୍ତୁ । କାଜୁ ,
ନଡିଆକୋରା, ଅଦା, ଲଙ୍କା , କିସମିସ ଆଦିକୁ ଭଲ ଭାବେ ମିଶାଇ ରଖନ୍ତୁ । ଏବେ କଦଳୀ
ପତ୍ରରେ ତେଲ ମାରି ଫେଣ୍ଟା ବିରିକୁ ହାତରେ ଅଳ୍ପ ପାଣି ଲଗାଇ କାକରା ଭଳି କରି ନଡିଆ କୋରା
ମିଶ୍ରଣକୁ ପୁର ଭାବେ ଦେଇ ଛାଣି ଦିଅନ୍ତୁ ।
ଏବେ ଏହି ବରା ଉପରେ ଦହି ଢାଳି ହାତରେ ଓଲଟପାଲଟ କରି
ରଖି ଦିଅନ୍ତୁ । ଖାଇବାକୁ ଦେଲାବେଳେ ଏଥିରେ ଜୀରା ଗୁଣ୍ଡ ଛିଞ୍ଚି ଦିଅନ୍ତୁ ।