ଇଡ୍ଲୀ ମାଞ୍ଚୁରିଆନ -Idli Maachurian
ସାମଗ୍ରୀ:-
ଇଡ୍ଲୀ ୬ଟି, ମଇଦା ୧ କପ, କର୍ନ ଫ୍ଲୋର ½ କପ , ଲୁଣ ୧ ଚାମଚ, ଗୋଲମରିଚ ଗୁଣ୍ଡ ½ ଚାମଚ ,ଛାଣିବା ପାଇଁ ରିଫାଇନ ତେଲ । ସସ ପାଇଁ
ତେଲ ୧ ଚାମକ ,ପିଆଜ ୧ଟି, କଞ୍ଚା ଲଙ୍କା ୧ଟି, ଅଦା ରସୁଣ ପେଷ୍ଟ ୧ ଚାମଚ, ଛୋଟ କ୍ୟାପସିକମ ୧ଟି, ଟମାଟୋ ସସ ୨ ଚାମଚ, ସୋୟ ସସ ୨ ଚାମଚ, ଚିନି ୧ ଚାମଚ , ଲଙ୍କା ଗୁଣ୍ଡ ½ ଚାମଚ, ଲୁଣ ସ୍ଵାଦ ଅନୁସାରେ, ଅଳ୍ପ ପାଣିରେ ଗୋଳା ଯାଇଥିବା ୧ ଚାମଚ
କର୍ନଫ୍ଲୋର ।
ପ୍ରସ୍ତୁତି ପ୍ରଣାଳୀ:
ମଇଦା, କର୍ନଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ ପଣି ଦେଇ ଏକ
ଘୋଳ ତିଆରି କରନ୍ତୁ । ଏହାପରେ ଏଥିରେ ଇଡ୍ଲୀଗୁଡିକୁ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ । କରେଇରେ
ତେଲ ଗରମ କରି ଘୋଳରେ ଥିବା ଇଡ୍ଲୀ ଖଣ୍ଡକୁ ବାଦାମି ରଙ୍ଗ କରି ଛାଣି ଅଲଗା ରଖନ୍ତୁ । ଏବେ ଆଉ ଏକ
କରେଇରେ ୧ ଚାମଚ ରିଫାଇନ ତେଲ ଗରମ କରି କଟା ପିଆଜ ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ପିଆଜ ଅଳ୍ପ
ଭାଜି ହୋଇଗଲାପରେ ସେଥିରେ ଅଦା ରସୁଣ ପେଷ୍ଟ ମିଶାଇ କଷି ଦିଅନ୍ତୁ । ଏବେ
ସେଥିରେ କଟା କ୍ୟାପସିକମ , ଟମାଟୋ ସସ , ସୋୟ ସସ ,ଚିନି ,ଲଙ୍କାଗୁଣ୍ଡା
,ଲୁଣ ଓ କର୍ନଫ୍ଲୋର ଗୋଳା ହୋଇଥିବା ପାଣି ପକାଇ ଏପଟ ସେପଟ
କରନ୍ତୁ । ଏଥିରେ ଛଣା ହୋଇଥିବା ଇଡ୍ଲୀକୁ ମିଶାଇ ଭାଜନ୍ତୁ । ମସଲା
ଶୁଖିଲା ହୋଇଆସିଲେ ଅଳ୍ପ କିଛି କଟା ରସୁଣ ଗୋଳାଇ ଆଞ୍ଚ ବନ୍ଦ ରଖନ୍ତୁ । ଏବେ ପ୍ରସ୍ତୁତ
ହୋଇଗଲା ଆପଣଙ୍କ ଇଡ୍ଲୀ ମାଞ୍ଚୁରିଆନ ।