ଲେମ୍ବୁ ଆଚାର (ରାଗ) - Lemon Pickle
ଆବଶ୍ୟକୀୟ ଉପକରଣ :
ପ୍ରଣାଳୀ --- ପ୍ରଥମେ ଲେମ୍ବୁକୁ ଭଲ ପାଣିରେ ଧୋଇଦେବ | ଧୁଆହେବା ଲେମ୍ବୁ ଛୋଟ ଛୋଟ କରି କାଟିବେ | ଗୋଟା କଞ୍ଚାଲଙ୍କାକୁ ମୁଣ୍ଡି ବାହାର କରିଦେଇ ଭଲ ଭାବରେ ଧୋଇ ଦେବ | ଉକ୍ତ ଲଙ୍କାରୁ କିଛି ଅଂଶ କାଟିଦେବ | ଅଦାକୁ ଭଲ ଭାବରେ ଧୋଇଦେଇ ଛୋଟ ଛୋଟ ଖଣ୍ଡ କରି କାଟିଦେବ | ଲେମ୍ବୁ , ଲଙ୍କା ଓ ଅଦାକୁ ମିଶାଇ ଆବଶ୍ୟକ ପରିମାଣର ଲୁଣ ଓ ହଳଦୀ ମିଶାଇ କିଚ୍ଛିଦିନ ପାଇ ରଖିବ | ପ୍ରତିଦିନ ଲେମ୍ବୁ ଘାଣ୍ଟୁଥିବ | ଯେତେବେଳେ ଲେମ୍ବୁ ସଢିଯିବ ବା ନରମ ହୋଇଯିବ ଆଚାର ପାଇଁ ମସଲା ପ୍ରସ୍ତୁତି କରି ଆଚାର କରିବ |
ପ୍ରଥମେ ତେଲକୁ ଚୁଲିରେ ବସାଇ ଗରମ କରିବ | ତେଲରୁ ଫେଣ ଅଂଶ ମରିଗଲେ ଚୁଲିରୁ କାଢି ଦେବ | ତେଲ ଅଳ୍ପ ଗରମ ଥିବା ଅବସ୍ଥାରେ ଲଙ୍କାଗୁଣ୍ଡ ଓ ହେଙ୍ଗୁ ପକାଇବ | ପୁରା ଥଣ୍ଡା ହୋଇଗଲେ ଉପରୋକ୍ତ ମସଲା ପକାଇ ଗୋଳାଇଦେବ ଓ ପାଗ ହୋଇଥିବା ଲେମ୍ବୁକୁ ପକାଇ ଗୋଳାଇବ ଓ ଜାରରେ ରଖିବ ଯେପରିକି ଆଚାର ତେଲ ବୁଡିକରି ରହିବ |