କେସର ପଲଉ -KESAR PALAO
ପ୍ରସ୍ତୁତି ସାମଗ୍ରୀ-
ବାସୁମତି ଚାଉଳ
୨ କପ, କେସର ୧/୪ ଚାମଚ, କ୍ଷୀର ୧/୨ କପ, ଘିଅ ବା ବଟର ୨ ଚାମଚ, କାଜୁ ୧୦ ଟି, ଗୁଜରାତି ୫ଟି, କିସମିସ ୧୦ ଟି, ଡାଲଚିନ ୨ ଟି, ଲବଙ୍ଗ ୩ ଟି , ଚିନି ୧ ଚାମଚ , ଡାଳିମ୍ବ ଦାନା ୩ ଚାମଚ, ଲୁଣ ସ୍ଵାଦ ଅନୁଯାଇ ।
ପ୍ରଣାଳୀ -
ବାସୁମତି ଚାଉଳକୁ
ଧୋଇ ୫-୧୦ ମିନିଟ ପାଇଁ ବତୁରାଇ ରଖନ୍ତୁ । କ୍ଷୀରରେ କେସର ବତୁରାଇ ରଖନ୍ତୁ ଯେମିତି
କେସର ତରଳି କ୍ଷୀର ହାଲକା ନାରଙ୍ଗି ରଙ୍ଗ ହୋଇଯିବ । ଏହାପରେ ଛୋଟ ପ୍ୟାନ ବସାଇ ୧ ଚାମଚ ଘିଅରେ କାଜୁ ଓ କିସମିସ
କୁ ବାଦାମି ରଙ୍ଗ ହେବ ଭଳି ଭାଜି ଦିଅନ୍ତୁ । ଚାଉଳକୁ ଛାଣି ରଖନ୍ତୁ । ବଡ ପ୍ୟାନରେ ଘିଅ ବା ବଟର ଗରମ କରି ସବୁ ମସଲା , ଚିନି ଦେଇ ମଧ୍ୟମ ଆଞ୍ଚରେ ୨ ମିନିଟ
ପାଇଁ ଘାଣ୍ଟି ତା ପରେ ଭିଜା ଚାଉଳକୁ ମିଶାଇ ଘାଣ୍ଟନ୍ତୁ । ସାବଧାନରେ ଘାଣ୍ଟନ୍ତୁ ଯେପରି ଚାଉଳ ମିଶି ଏନ ଯାଏ । ଏବେ କିଛି ପାଣି , କେସର କ୍ଷୀର ଓ ଲୁଣ ଦେଇ ପ୍ରେସର କୁକର ରେ ମଧ୍ୟମ ଆଞ୍ଚରେ ବସାନ୍ତୁ
। ଏହାପରେ ପ୍ରେସର ଖୋଲି ଅଳ୍ପ ଆଞ୍ଚରେ
ଅଳ୍ପ ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ ଧିରେ
ଧିରେ ଗୋଳାନ୍ତୁ ଯେପରି ଚାଉଳ ମେଞ୍ଚା ନ ହୁଏ । ଏଥିରେ କାଜୁ ଓ କିସମିସ ପକାଇ ଗୋଳାଇ ଦିଅନ୍ତୁ । ଏହାକୁ ଡାଳିମ୍ବ ଦାନାରେ ସଜାଇ ପରସନ୍ତୁ । ଏବେ ଏହାର ସ୍ଵାଦ ଚଖାନ୍ତୁ । ଏହାକୁ କୌଣସି ତରକାରୀ ବା ରାଇତା ସହ ଖାଇବାକୁ ଦିଅନ୍ତୁ ।