ଢୋକ୍ଲା - DHOKLA
ସାମଗ୍ରୀ:
ବେସନ- ୧୦୦ଗ୍ରାମ , ସୁଜି - ୧୦୦
ଗ୍ରାମ , ବେକିଂ ପାଉଡର – ଗୋଟେ ଛୋଟ ଚାମଚ , ଫାଳେ ନଡିଆ , ଦହି - ୨୦୦
ଗ୍ରାମ , ଚିମୁଟେ ହେଙ୍ଗୁ , ଚିନି - ୨ ଛୋଟ
ଚାମଚ , ଭେସୁଙ୍ଗା ପତ୍ର - ୪/୫ଟି , ଗୋଟା ସୋରିଷ - ଗୋଟେ
ଛୋଟ ଚାମଚ , ଆବଶ୍ୟକ ଅନୁଯାଇ
ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ
ନଡିଆକୁ କୋରି ରଖନ୍ତୁ
| ଏହାପରେ ବେସନ , ସୁଜି, ବେକିଂ ପାଉଡର, ହେଙ୍ଗୁ, ଲୁଣ , ଦହି ସବୁକୁ ଗୋଟେ
ପାତ୍ରରେ ମିଶାଇ ଦିଅନ୍ତୁ
| ଏହାପରେ ସେହି ପିଠଉକୁ ବାମ୍ଫ
ଦେଇ ସିଝେଇ ଦିଅନ୍ତୁ
| ସିଝି ଗଲେ ଏହାକୁ ଗୋଟିଏ
ପାତ୍ରକୁ କାଢି ଦିଅନ୍ତୁ
|
ଏକ କଡେଇରେ ତେଲ ଗରମ
କରି ସେଥିରେ ଗୋଟା
ସୋରିଷ ଓ ଭେସୁଙ୍ଗା ପତ୍ର ଦେଇ ଫୁଟାନ୍ତୁ | ସେଇ ଫୁଟଣକୁ ଢୋକ୍ଲା ଉପରେ ଦିଅନ୍ତୁ | ପୁଣି
ସେଇ କଡେଇରେ ପାଣି, ଚିନି ଦେଇ ସିରା
କରନ୍ତୁ ଓ ସିରାକୁ ( ଦେଖିବେ ଯେପରି
ସିରା ପାଣିଆ ରହିବ )
ଢୋକ୍ଲା ଉପରେ ଦିଅନ୍ତୁ | ଶେଷରେ
ଏହା ଉପରେ ନଡିଆ
କୋରା ଦେଇ ଛୋଟ
ଛୋଟ ଖଣ୍ଡରେ କାଟି
ଦିଅନ୍ତୁ | ଏବେ ନିଜେ
ଖାନ୍ତୁ ଓ ଅନ୍ୟକୁ
ଖାଇବାକୁ ଦିଅନ୍ତୁ |