ଦହି ପଖାଳ – DAHI PAKHAAL ( CURD WATER RICE )
ସାମଗ୍ରୀ:-
ଚାଉଳ ୨୫୦ ଗ୍ରାମ , ବସା ଦହି ୧ କପ , କଞ୍ଚା ଲଙ୍କା ୨ ଟି , ଆମ୍ବକଶିଆ ଅଦା ଖଣ୍ଡେ (½ ଇଞ୍ଚ) , ଲୁଣ
ପ୍ରସ୍ତୁତି ପ୍ରଣାଳୀ:
୨୫୦ ଗ୍ରାମ ଚାଉଳ ନେଇ ଭାତ
ରାନ୍ଧି ଦିଅନ୍ତୁ । ଭାତ ଥଣ୍ଡା ହେଇଆସିଲେ ପାଣି ଦେଇ ପଖାଳି ଦିଅନ୍ତୁ । ଏହା ଥଣ୍ଡା ହେଲାପରେ ଏଥିରେ କଞ୍ଚା ଲଙ୍କା ପକାନ୍ତୁ । ଏହାପରେ ଏଥିରେ ଛେଚା ଆମ୍ବକଶିଆ ଅଦା ପକାଇ ଗୋଳାଇ ଦିଅନ୍ତୁ । ଲୁଣ ସ୍ଵାଦ ଓ ରୁଚି ଅନୁଯାଇ ପକାଇ ଖାଇବାକୁ ଦିଅନ୍ତୁ । ଏହାକୁ ଆଳୁ ଭଜା କିମ୍ବା ବଡି ଚୂରା ସହ ଖାଇବାକୁ ଦିଅନ୍ତୁ ।
ଏ ଦହି ପଖାଳ
ଓଡିଆ ମାନଙ୍କର ଆପଣାର ଓ ସ୍ଵାଦିଷ୍ଟ ଖାଦ୍ୟ ।