ମିଠା ଦହି ଭାତ – Sweet Curd Rice
ଆବଶ୍ୟକ
ସାମଗ୍ରୀ:
ଅରୁଆ
ଚାଉଳ ୨ କପ, ଦହି ଦେଢ କପ, ଚିନି ଓ ଲୁଣ ଆବଶ୍ୟକ ଅନୁସାରେ, ଗୋଟା ଜୀରା, ଭୃଶଙ୍ଗ ପତ୍ର ,
ଶୁଖିଲା ଲଙ୍କା, ଅଳ୍ପ ଧନିଆ ପତ୍ର ଓ ବେଦେନା ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ଅରୁଆ ଚାଉଳକୁ ଧୋଇ ଦିଅନ୍ତୁ । ଏହାପରେ ଡେକଚିରେ
ଅଳ୍ପ ପାଣି ନେଇ ଗରମ କରନ୍ତୁ । ପାଣି ତାତିଲା ପରେ
ଧୋଇ ରଖିଥିବା ଅରୁଆ ଚାଉଳକୁ ସେଥିରେ ପକାଇ ଭାତ ପ୍ରସ୍ତୁତ
କରନ୍ତୁ । ଭାତ ହେଇଗଲେ ଭଲଭାବେ ଗାଳି ଅନ୍ୟ ଏକ
ପାତ୍ରରେ କାଢି ଥଣ୍ଡା କରନ୍ତୁ । ଥଣ୍ଡା ହୋଇଗଲାପରେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ, ଚିନି ଓ ଦହି ମିଶାଇ ଗୋଳାଇ ଦିଅନ୍ତୁ । ଏବେ ଏକ କରେଇ ଗରମ କରି ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଭଲ
ଭାବେ ପାଚିଗଲେ ଅଳ୍ପ ଜୀରା ଓ ଶୁଖିଲା ଲଙ୍କା ପକାଇ
ଫୁଟାନ୍ତୁ । ଏହାକୁ ଆଣି ଦହି ଗୋଳା ଭାତରେ ଢାଳି ଦିଅନ୍ତୁ ଓ ଚାମଚରେ
ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ସଜାଇବା ପାଇଁ
ଏହା ଉପରେ ଧଣିଆପତ୍ର ଓ ବେଦେନା ଦାନାକୁ ପକାଇ ସଜାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଙ୍ଗ ଦହି ଭାତ । ଏହା ମା ଲକ୍ଷ୍ମୀଙ୍କ ଅତି ପ୍ରିୟ । ମା ଲକ୍ଷ୍ମୀଙ୍କ ପାଖରେ ପ୍ରଥମେ ଭୋଗ ଲଗାଇ ତା ପରେ ପରିବାରକୁ
ଖୁଆନ୍ତୁ ।