କଞ୍ଚା ଆମ୍ବ ସରବତ - GREEN MANGO SARBAT
ସାମଗ୍ରୀ:-
କଞ୍ଚା ଆମ୍ବ ୨ଟି, ଭଜା ଜୀରା ପାଉଡର ୨ ଚାମଚ , ଗୋଲ ମରିଚ ଗୁଣ୍ଡ ୧ ଛୋଟ ଚାମଚ , ଚିନି ଓ ବିଟ ଲୁଣ ସ୍ଵାଦ ଅନୁସାରେ , ପୋଦିନା ପତ୍ର ୨୦ /୨୫ ଟି ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆମ୍ବକୁ ଧୋଇ ମଝିରୁ
କାଟି ଟାକୁଆ / କୋଇଲି ବାହାରକରି ରଖନ୍ତୁ । ପ୍ରେସର
କୁକରରେ ଅଳ୍ପ ପାଣି ଦେଇ ଆମ୍ବକୁ ସିଝାଇ ନିଅନ୍ତୁ । ଅଳ୍ପ ଥଣ୍ଡା ହେଲାପରେ ଆମ୍ବରୁ ଚୋପା ଛଡାଇ ରଖନ୍ତୁ । ଏହାପରେ ସିଝା ଆମ୍ବ , ପୋଦିନା ପତ୍ର , ବିଟ ଲୁଣ ପକାଇ ବ୍ଲେଣ୍ଡ
କରିନିଅନ୍ତୁ । ବ୍ଲେଡିଙ୍ଗ ହୋଇଥିବା ପେଷ୍ଟରେ ୧ ଲିଟର
ପାଣି ମିଶାଇ ଛାଣି ରଖନ୍ତୁ । ଏହାପରେ ଏଥିରେ ଗୋଲମରିଚ ଓ ଜୀରା ଗୁଣ୍ଡ ପକାଇ ଭଲଭାବେ
ଫେଣ୍ଟି ଦିଅନ୍ତୁ । ସ୍ଵାଦ ଅନୁସାରେ ଚିନି ଓ ବିଟ ଲୁଣ ପକାଇ ଫେଣ୍ଟି ନିଅନ୍ତୁ । ଉପରେ ଅଳ୍ପ ପୋଦିନା ପତ୍ର ଓ ଆବଶ୍ୟକ ହେଲେ ବରଫ ଖଣ୍ଡ ପକାଇ
ପରସନ୍ତୁ । ଏହା ଦେହ ପାଇଁ ଅତ୍ୟନ୍ତ ଉପକାରୀ ଓ ସ୍ଵାଦିଷ୍ଟ ମଧ୍ୟ । ପ୍ରଥମେ ଏହାକୁ GREEN SWEET DRINKS କହିପାରିବା ।