ମୁଢି ଚଟପଟା – Mudhi Chatpataa
ଆବଶ୍ୟକ ସାମଗ୍ରୀ :
ସଜ ଭଜା ମୁଢି ୧୦ କପ , ନଡିଆ ଫାଳେ , ସୁରିଷ ତେଲ ଅଳ୍ପ ,
କଳା ଲୁଣ, ଜୀରା ଗୁଣ୍ଡ , ଲଙ୍କା ଗୁଣ୍ଡ
ଅଳ୍ପ, ସିଝା ଆଳୁ ୧ଟି, ଭଜା ହୋଇ ଚୋପା
ଛଡା ଚିନା ବାଦାମ ଓ ଚଣା ୧/୨ କପ , କାକୁଡି ୧ ଟି , ଟମାଟୋ ୧ ଟି , ଭଲ ସେଓ ମିକ୍ସଚର ଅଳ୍ପ, କଞ୍ଚା ଲଙ୍କା ୨ ଟି , ଲେମ୍ବୁ ୧/୨ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଏକ ବଡ ଗହିରିଆ ପାତ୍ରରେ ୧୦ କପ ମୁଢି ନିଅନ୍ତୁ । ଏଥିରେ ବାଦାମ , ଚଣା, ସେଓ ମିକ୍ସଚର
ଓ ସୁରିଷ ତେଲ ଅଳ୍ପ ଦେଇ ଘାଣ୍ଟି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ସିଝା ଆଳୁକୁ ଚୋପା
ଛଡାଇ ଛୋଟ ଛୋଟ ଖଣ୍ଡ ପରି କାଟି ରଖନ୍ତୁ ।
କାକୁଡି, ଓ ଟମାଟୋକୁ ଧୋଇ ପୋଛି
ଛୋଟ ଛୋଟ କରି କାଟି ପକାନ୍ତୁ । ନଡିଆକୁ ଛୋଟ ଛୋଟ ଖଣ୍ଡ କରି କାଟି ଏଥିରେ ପକାନ୍ତୁ । ଏବେ
ଏସବୁକୁ ମୁଢିରେ ପକାଇ ଭଲଭାବେ ଘାଣ୍ଟି ଦିଅନ୍ତୁ
। ଏଥିରେ ସ୍ଵାଦ ଅନୁସାରେ କଲାଲୁଣ , ଜୀରା ଗୁଣ୍ଡ , ଅଳ୍ପ ଲଙ୍କା ଗୁଣ୍ଡ ଓ ଅତି ଛୋଟ ଛୋଟ କଟା କଞ୍ଚା ଲଙ୍କା,
ଲେମ୍ବୁ ଅଳ୍ପ ପକାଇ ଭଲ ଭାବରେ ମିକ୍ସ କରି
ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦର ଓ ଦେହପାଇଁ ଭଲ ସ୍ଵାଦିଷ୍ଟ ମୁଢି ଚଟପଟା । ଏହାକୁ ୨/୩ ଜଣ ଖାଇ
ପାରିବେ । ଏବେ ଚଟପଟ କରି ମଜା ନିଅନ୍ତୁ ।