ପିତା ଗମା ଶାଗ - Glinus Leaves- Pitaa Gamaa Saaga
ପ୍ରସ୍ତୁତି ସାମଗ୍ରୀ
-
ପିତା ଶାଗ ୧ ବିଡା, ବାଇଗଣ ୧ ଟି, ବଡ ପିଆଜ ୧ ଟି,
କଞ୍ଚା ଲଙ୍କା ୨ ଟି , ଗୋଟା ଜୀରା , ତେଲ ଓ ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ -
ପ୍ରଥମେ ପିତା ଶାଗକୁ ପରିଷ୍କାର କରି ଧୋଇ କାଟି ରଖନ୍ତୁ । ବାଇଗଣକୁ ଛୋଟ ଛୋଟ ଖଣ୍ଡ କରି ପାଣିରେ ପକାଇ ରଖନ୍ତୁ । ପିଆଜକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଏବେ କଡେଇରେ ତେଲ ଗରମ କରି ଜୀରା ଫୁଟାନ୍ତୁ, କଟା ବାଇଗଣ ପାଣିରୁ ଛାଣି ପକାନ୍ତୁ ଓ ଅଳ୍ପ ଲୁଣ ପକାଇ କମ ଆଞ୍ଚରେ ଘୋଡାଇ ଦିଅନ୍ତୁ । ବାଇଗଣ ନରମ ହୋଇ ଆସିଲେ ସେଥିରେ ପିତାଗମା ଶାଗ ପକାଇ ଗୋଳେଇ ଦିଅନ୍ତୁ । ଶାଗ ହୋଇ ଆସିଲେ ଅଳ୍ପ ସୋରିଷ ତେଲ ଓ ଲଙ୍କା ଛେଚା ପକାଇ ଖାଇବାକୁ ଦିଅନ୍ତୁ ।