ଅଟକାଳି– Atakali
ପ୍ରସ୍ତୁତି
ସାମଗ୍ରୀ-
ଅରୁଆ ଚାଉଳ ଚୂନା ୪ କପ, ଅଳ୍ପ ଲୁଣ, ବଡ ନଡିଆ ୧ଟି, ଗୋଲ ମରିଚ ୧୨ଟି, ଗୁଡ ୧ କପ, ଅଳ୍ପ
କିସମିସ ।
ପ୍ରଣାଳୀ
–
ପ୍ରଥମେ
ନଡିଆକୁ ଭାଙ୍ଗି ଫାଳେ କୋରି ପାତ୍ରରେ ରଖନ୍ତୁ । ଆର ଫାଳ
ନଡିଆକୁ ସରୁ ସରୁ କାଟି ଦିଅନ୍ତୁ । ଏବେ କରେଇରେ ୫ କପ ପାଣି ଫୁଟେଇ ସେଥିରେ ଗୁଡ ଓ ଲୁଣ ଦେଇ
ଭଲ ଭାବେ ମିଶାଇ ଦିଅନ୍ତୁ । ଅନ୍ୟ ୪କପ ପାଣିରେ
ଚାଉଳ ଚୂନା ମିଶାଇ ନେଇ ଫୁଟୁଥିବା ପାଣିରେ ଢାଳି ଦିଅନ୍ତୁ। ନଡିଆ କୋରା ଓ ନଡିଆ ଖଣ୍ଡ ସେଥିରେ
ପକାଇ ଘଣ୍ଟି ଦିଅନ୍ତୁ । ୩୦ ମିନିଟ ଘାଣ୍ଟିଲା
ପରେ ଆଞ୍ଚରୁ ବାହାର କରି ରଖି ଦିଅନ୍ତୁ । ଖାଇବା
ବେଳେ ଗୋଲମରିଚ ଗୁଣ୍ଡ ପକାଇ ଥଣ୍ଡା କରି ଉପରେ କିଛି କିସମିସ ପକାଇ ଖାଇବାକୁ ଦିଅନ୍ତୁ ।