ପରିବା ମହୁର –Veg Mahura
ସାମଗ୍ରୀ:-
ଦେଶୀ ଆଳୁ - ଛୋଟ ଖଣ୍ଡେ , ସାରୁ - ୩ /୪ ଟି , କଞ୍ଚା କଦଳୀ
-୨ ଟି , ଜହ୍ନି – ୨ ଟି , ପୋଟଳ – ୨ ଟି , ମୂଳା -୧ ଟି , ଶିମ୍ବ – ୪/୫ଟି , କଖାରୁ – ୧୦୦ ଗ୍ରାମ , ବତୁରା ବୋଟ - ୫୦ ଗ୍ରାମ , ଫାଳେ ନଡିଆ
କୋରା , ଦେଶୀ ଘିଅ – ୩ ଚାମଚ , ଜିରା ,ଗୋଟା ଧନିଆ , ଗୋଲମରିଚ , ହଳଦୀ , ସ୍ଵାଦ ଅନୁଯାଇ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
-
ପ୍ରଥମେ ସବୁ ପରିବାକୁ
ଛୋଟ ଛୋଟ କରି
କାଟି ରଖିଦିଅନ୍ତୁ ଓ ଜିରା
, ଧନିଆ , ଗୋଲମରିଚକୁ
ବାଟି ରଖନ୍ତୁ | ଏହାପରେ କଡେଇ ଗରମ
ହୋଇଗଲେ ଘିଅ ପକାନ୍ତୁ
| ଘିଅ
ଗରମ ହୋଇଗଲେ ସେଥିରେ
କିଛି ଗୋଟା ଜିରା
ଫୁଟାନ୍ତୁ | ଜିରା ଫୁଟିଗଲେ
ସେଥିରେ ସବୁ ପରିବା
ପକାଇ ହଳଦୀ ଓ
ଲୁଣ ଦେଇ ଘାଣ୍ଟି
ଦେଇ ଘୋଡାଇ ଦିଅନ୍ତୁ
| ପରିବା ଅଧା ସିଝିଗଲେ
ସେଥିରେ ଜିରା ,
ଧନିଆ ଓ ଗୋଲମରିଚ
ବଟା ଦେଇ ଘାଣ୍ଟି
ଦିଅନ୍ତୁ | ପରିବା ପୁରା
ସିଝି ଗଲେ ସେଥିରେ
ନଡିଆ କୋରା ଦେଇ
ଘାଣ୍ଟି ଦିଅନ୍ତୁ ଓ
ଚୁଲା ବନ୍ଦ କରି
ଦିଅନ୍ତୁ | ଏହା
ପୁରୀ ମନ୍ଦିରର ତରକାରୀ ପରି ଅଟେ |