ପୋଟଳ ପିଆଜ ବସା – Potal (pointed guard) Onion
Basaa
ପ୍ରସ୍ତୁତି
ସାମଗ୍ରୀ-
ପୋଟଳ ୫୦୦
ଗ୍ରାମ, ପିଆଜ ୨୫୦ ଗ୍ରାମ, ହଳଦୀ, ଲଙ୍କା, ଡାଲଚିନ ଓ ଲୁଣ ଆବଶ୍ୟକ ଅନୁଯାଇ, ରସୁଣ ୨-୩ କୋଲା, ତେଲ ଅଳ୍ପ, କ୍ଷୀର
୨ ଚାମଚ ଓ ଗୁଆ ଘିଅ ୧ ଚାମଚ, କାଜୁ ଓ କିସମିସ ଅଳ୍ପ ।
ପ୍ରଣାଳୀ
–
ପ୍ରଥମେ
ପୋଟଳକୁ ଚାଞ୍ଛି ଭଲ ଭାବେ ପାଣିରେ ଧୋଇ ଦୁଇ ଫାଳ କରି କାଟି ରଖନ୍ତୁ । ପିଆଜ ଅଧା ନେଇ ସରୁ ସରୁ ଲମ୍ବା କରି କାଟି ରଖନ୍ତୁ । ଆର ଅଧକ
ପିଆଜ ସହ ରସୁଣ, ଲଙ୍କା, ଡାଲଚିନି ବାଟି ଦିଅନ୍ତୁ ।
ଏବେ ତେଲ
ଗରମ କରି ପିଆଜ କଟା ଓ ପୋଟଳ, ଲୁଣ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ । ଅଧା ଭଜା ହୋଇଗଲେ ସେଥିରେ ବଟା ମସଲାକୁ ପକାଇ ସିମରେ ଢାଙ୍କୁଣୀ ଦେଇ ଘୋଡାଇ ରଖନ୍ତୁ । ଭଲ ଭାବେ ଭାଜି ହୋଇଗଲେ ୨ ଚାମଚ କ୍ଷୀର ଓ ୧ ଚାମଚ ଗୁଆ ଘିଅ
ଦେଇ ଗୋଳେଇ ଦିଅନ୍ତୁ । ଏଥିରେ ଭଜା କାଜୁ ଓ କିସମିସ
ଦେଇ ପରସନ୍ତୁ । ଖାଆନ୍ତୁ ଓ ଖୁଆନ୍ତୁ ବହୁତ ଟେଷ୍ଟି ।