ବଇଗଣ ଭରତା - Brinjal Varta
ଆବଶ୍ୟକ ସାମଗ୍ରୀ -
ଗୋଟିଏ ବଇଗଣ, କିଛି ଗ୍ରୀନ୍ ମଟର, ଗୋଟା ଲଂକା, କିଛି ଧଣିଆ ପତ୍ର, କିଛି ଗୋଟା ସୁରିଷ, ଗୋଟେ ଟମାଟୋ, ଆବଶ୍ୟକ ଅନୁସାରେ ଲୁଣ |
ପ୍ରଣାଳୀ --- ପ୍ରଥମେ ବାଇଗଣକୁ ପୋଡି ଦେବ | ଅଳ୍ପ ଥଣ୍ଡା ହେଲେ ପ୍ରଥମେ ବାଇଗଣର ଉପର ପୋଡା ଚୋପାକୁ ବାହାର କରିଦେବ ଓ ତାକୁ ଚକଟିଦେବ | ତାପରେ କରେଇ ବସେଇବ | କରେଇ ଗରମ ହେଲେ ତେଲ ଦେବ ଓ ତେଲ ଗରମ ହେଲେ ସେଥିରେ ଲଙ୍କା , ଫୁଟଣ , ହେଙ୍ଗୁ , ଛୋଟ ଛୋଟ କଟା ପିଆଜ , ଛୋଟ ଛୋଟ କଟା ଟମାଟୋ ପକାଇ ଦେବ ଓ ଅଳ୍ପ ଭାଜି ହୋଇଗଲେ ସେଥିରେ ଗ୍ରୀନ୍ ମଟର ପକାଇ ଅଳ୍ପଭାଜି ଦେବ ଓ ସେଥିରେ ଚକଟା ବାଇଗଣକୁ ପକାଇ ଘାଣ୍ଟି ଦେବ ଓ ଚୁଲିରୁ କାଢି ଦେବ |