ମୂଳା ପତ୍ର ତରକାରୀ – Radish Leaves Curry
ସାମଗ୍ରୀ :
କାଜୁ
ବା ଚିନା ବାଦାମ - ୫୦
ଗ୍ରାମ ,
ରସୁଣ -
୪/୫ କୋଲା , ଲଙ୍କା
- ୨/୩ ଟା , ଜିରା ଅଳ୍ପ ,
କଖାରୁ ଅଳ୍ପ ,
ମୂଳାପତ୍ର ଓ ଧନିଆପତ୍ର , ସୋରିଷ ଚିମୁଟେ , ତେଲ
୨ ଚାମଚ ।
ପ୍ରଣାଳୀ :
ପ୍ରଥମେ କାଜୁ
ଓ ଜିରାକୁ କିଛି
ସମୟ ପାଣିରେ ବତୁରାଇ
ଦିଅନ୍ତୁ । ଏହାପରେ
କାଜୁ ,
ଜିରା ,
ରସୁଣ ଓ ଲଙ୍କାକୁ ମିଶାଇ ବାଟି
ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ । ଏବେ ଗ୍ଯାସରେ
କଡେଇ ବସାଇ କଖାରୁ ଓ ମୂଳା ପତ୍ର କୁ ଆପଣଙ୍କ ସ୍ଵାଦ
ଅନୁସାରେ ହଳଦୀ ଓ ଲୁଣ ପକାଇ ହାଲକା ସିଝାନ୍ତୁ । ସିଝି ଗଲେ କାଢି ରଖନ୍ତୁ । ଏବେ କରେଇ ବସେଇ ଗରମ ହେଲେ ୨ ଚାମଚ ତେଲ
ପକାଇ ସୋରିଷ ପକାଇ ଫୁଟାଇ ଦିଅନ୍ତୁ । ଏଥିରେ ମସଲା ପେଷ୍ଟକୁ କରେଇରେ ଢାଳି କିଛି ସମୟ କଷିବା ପରେ କଖାରୁ
ଓ ମୁଲାପତ୍ର ସିଝାକୁ ଭଲଭାବେ ଫୁଟାନ୍ତୁ । ଏହାପରେ ଏଥିରେ ଅଳ୍ପ ଧନିଆ ପତ୍ର କାଟି ପକାନ୍ତୁ ଓ ଖାଇବାକୁ
ପରସନ୍ତୁ । ଏହା ମିନେରଲ୍ସରେ ଭରା
ଓ ସ୍ଵାଦିଷ୍ଟ ମଧ୍ୟ ।