ତରଭୁଜ ପୋଦିନା ସରବତ – WaterMelon Mint Sarbat
ପ୍ରସ୍ତୁତି
ସାମଗ୍ରୀ-
୪ କପ
ଛୋଟ ଛୋଟ କଟା ପାଚିଲା ତରଭୁଜ, ଅଧା କପ କଟା
ଟମାଟୋ ଓ ଅଧା କପ କଟା କାକୁଡି, ଅଧା କଞ୍ଚା
ଲଙ୍କା, ୪ ଚାମଚ ଅଲିଭ ତେଲ, ଅଧା ଚାମଚ ଲୁଣ, ଅଳ୍ପ ମରିଚ ଗୁଣ୍ଡ, ଅଳ୍ପ ତାଜା ପୋଦିନା ।
ପ୍ରଣାଳୀ-
ପ୍ରଥମେ ତରଭୁଜ, ଟମାଟୋ, କାକୁଡି , ଲଙ୍କା, ଲୁଣ, ଅଲିଭ ତେଲ ନେଇ ବେଣ୍ଡିଂ ବା ମିକ୍ସିଙ୍ଗ କରି
ଦିଅନ୍ତୁ । ଏହାକୁ ଭଲଭାବେ ମିକ୍ସିଙ୍ଗ କଲାପରେ ଟେଷ୍ଟ ଦେଖି ଲୁଣ ପକାଇ କରିପାରିବେ ।
ଏବେ ୪-୬ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ଥଣ୍ଡା
କରି ରଖନ୍ତୁ । ଏହାପରେ ଏହା ଉପରେ ଚୂନ ଚୂନ କଟା ତରଭୁଜ, କାକୁଡି ଓ ପୋଦିନା ପତ୍ର ପକାଇ ପରସନ୍ତୁ । ଏହା ସବୁ ଋତୁରେ
ପରସି ପାରିବେ ।