ଛତୁ ମଟର ଭଜା – Mushrooms Fry
ପ୍ରସ୍ତୁତି ସାମଗ୍ରୀ –
୩୦୦ ଗ୍ରାମ ଛତୁ , ୨୦୦ ଗ୍ରାମ ମଟର , ୨ ଟି ଟମାଟୋ , ୧ ଚାମଚ ହଳଦୀ ଗୁଣ୍ଡ , କଞ୍ଚାଲଙ୍କା ଆବଶ୍ୟକ ଅନୁସାରେ , ତେଲ ୨ ଚାମଚ ।
ପ୍ରଣାଳୀ –
ପ୍ରଥମେ ଛତୁକୁ ପରିଷ୍କାର ଛୋଟ ଛୋଟ କରି
କାଟି ରଖନ୍ତୁ । କରେଇରେ ତେଲ ଗରମ କରି ସେଥିରେ ଛତୁ
ପକାଇ ହଳଦୀ ଗୁଣ୍ଡ , ବିଲାତି
ବାଇଗଣ , ମଟର କଞ୍ଚାଲଙ୍କା ପକାଇ ଭଲଭାବେ ଭାଜନ୍ତୁ । ଭଜିବାବେଳେ ଅଳ୍ପପାଣି ଦିଅନ୍ତୁ ଯେପରିକି
ମଟର ସିଝି ଯିବ । ସୁଖା ସୁଖା ହେଇଗଲେ ଆଞ୍ଚରୁ କାଢି ଅଳ୍ପ
କଟା ଧଣିଆପତ୍ର ପକାଇ ପରସନ୍ତୁ । ଏହା ସ୍ଵାଦିଷ୍ଟ ଓ ଅତି ପୁଷ୍ଟିକର ।