ସୁଜି କାକରା –Suji
Kaakaraa
ଆବଶ୍ୟକ ସାମଗ୍ରୀ:
ସୁଜି ୫ ୦୦ ଗ୍ରାମ, ଚିନି ୨୦୦ ଗ୍ରାମ, ନଡିଆ ୧ ଟି,
ଗୁଜୁରାତି ୪/୫ ଟି, ଛେନା ୨୦୦ ଗ୍ରାମ, ଲୁଣ
ସ୍ଵାଦ ଅନୁସାରେ, ଛଣିବା ପାଇଁ ତେଲ ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ ପାଣି, ଲୁଣ ଓ ଚିନି ପକାଇ ଡେକଚିରେ ଭଲ ଭାବେ ଫୁଟାନ୍ତୁ । ପାଣି ଫୁଟିଲେ ସୁଜି ପକାଇ ଜନ୍ତି ନିଅନ୍ତୁ । ଏହାପରେ ଏହାକୁ
ଥଣ୍ଡା କରି ଚକଟି ଦିଅନ୍ତୁ । ଏବେ ନଡିଆ କୋରା , ଛେନା , ଚିନି ଓ ଗୁଜରାତି ଗୁଣ୍ଡ ପକାଇ ପୁର ପାଇଁ ଭାଜି ପ୍ରସ୍ତୁତ କରି ରଖନ୍ତୁ । ଖଳିକୁ ଗୋଲ ଗୋଲ କରି ଭିତରେ ପୁର ଦେଇ କାକରା
ପ୍ରସ୍ତୁତ କରି ନିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଛାଣି ଦିଅନ୍ତୁ । କାକର ତିଆରି କରିବାକୁ
ଯେତିକି ସହଜ , ଖାଇବାକୁ ସେତିକି ସ୍ଵାଦିଷ୍ଟ ଓ ପୁଷ୍ଟିକର ଏବଂ ସହଜ ହଜମସାଧ୍ୟ ।